AD

ସାରସକଣା ବ୍ଲକ ସ୍ତରୀୟ ଶିଶୁ ପ୍ରତିଭା କାର୍ଯ୍ୟକ୍ରମ ସୁରଭି ପାଳିତ


ମୟୂଭଞ୍ଜ ଜିଲ୍ଲା ସାରସକଣା ବ୍ଳକ୍ ଅନ୍ତର୍ଗତ ସାରସକଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସୁରଭି କାର୍ଯ୍ୟକ୍ରମ  ମହା ସମାରୋହରେ ପାଳିତ  ହୋଇ ଯାଇଛି, ଜିଲ୍ଲା ର ସମଗ୍ର ଶିକ୍ଷ୍ୟା ଅଭିଯାନ ପ୍ରକଳ୍ପ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ୍ ଶିକ୍ଷା ଅଧିକlରିଣୀ ରାସମତୀ ନାଏକ ଙ୍କ ତତ୍ୱା ବଧାନରେ ପରିଚାଳିତ ହୋଇଥିଲା, ଏଥିରେ ବ୍ଲକ ବି.ଡି.. ଶ୍ରୀ ମତୀ ଗୀତା ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୟଳନ କରି ଶୁଭ ଉଦ୍ଘାଟନ କରିଥିଲେ। ଉତ୍ସବରେ ମୁଖ୍ୟବକ୍ତା ଭାବେ ଗୋଲାପ ମଣି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭରତ ଚନ୍ଦ୍ର ମହାନ୍ତ ଏବଂ ସମ୍ମାନୀତ ଅତିଥି ଭାବେ ସୀର୍ଷା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ମାହାଲି, ହରିଶ୍ଚନ୍ଦ୍ର ବିଦ୍ୟାମନ୍ଦିର ପ୍ରଧାନ ଶିକ୍ଷକ ହେମନ୍ତ ମହାନ୍ତ, ଝାଡ ପୋଖରିଆ ସରକାରୀ ଇଉ. ଜି. ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅମୂଲ୍ୟ କୁମ୍ଭକାର, ଚନ୍ଦ୍ର ମୋହନ ଉଚ୍ଚ ବିଦ୍ୟାଳୟ ଦୀଘି ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ ପଟ୍ଟନାୟକ, ପି. ପି. ଉଚ୍ଚ ବିଦ୍ୟାଳୟ  ଧଙ୍ଗୁଡ଼ି ଷୋଳ ପ୍ରଧାନ ଶିକ୍ଷକ ସୁବ୍ରତ କୁମାର ସାହୁ ମଞ୍ଚାସୀନ ହୋଇଥିଲେ। ସାରସକଣା ଗୋଷ୍ଠୀ ସାଧନକେନ୍ଦ୍ର ସଂଯୋଜକ ତଥା ବ୍ଳକ୍ ଶହ ଶିକ୍ଷା ଅଧିକାରୀ ସୁମନ୍ତ କୁମାର ନାଏକ ଙ୍କ ସୁପରି ଚାଳନା ରେ ପରିଚାଳିତ ସୁରଭି କାର୍ଯ୍ୟକ୍ରମ ରେ ମୃତ୍ୟୁଞ୍ଜୟ ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରାରମ୍ଭ ରେ ଛାତ୍ରୀ ମାନଂକ ଦ୍ଵାରା ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବୋଧିତ କରିବା ପରେ ସ୍ଥାନୀୟ ଶୁଭଦ୍ରା ଉଚ୍ଚ ବାଳିକା ବିଦ୍ୟାଳୟ ଛାତ୍ରୀ ମାନଂକ ଦ୍ଵାରା ନୃତ୍ୟ ପରିବେଷଣ ମାଧ୍ୟମ ରେ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା।....................

ପ୍ରାରମ୍ଭରେ ମୁଖ୍ୟ ଅତିଥି ଶ୍ରୀମତୀ ମୁର୍ମୁ ଶିଶୁ ପ୍ରତିଭା ସୁରଭି ଉପରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ, ଶିକ୍ଷକ ଶକ୍ଷୟିତ୍ରୀ ତଥା ଶିକ୍ଷା ବିଭାଗର ବିଭିନ୍ନ ପଦାଧିକାରୀଙ୍କୁ ସୁରଭି ଶିଶୁ ପ୍ରତିଭା ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ୍ ଶିକ୍ଷା ଜିଲ୍ଲା ଅଧିନରେ ଥିବା ୧୬ ଗୋଟି କ୍ଲଷ୍ଟର ରୁ ସର୍ବମୋଟ ୧୭ ଗୋଟି ବିଭାଗରେ ୨୭୨ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶିତ କରିଥଲେ, ଏଗୁଡ଼ିକୁ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ମାନେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ। ପ୍ରଦର୍ଶିତ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ

ରଚନା,ଚିତ୍ରାଙ୍କନ,ସୁଜନ ଶିଳ ଲିଖନ, ସଙ୍ଗୀତ, ନୃତ୍ୟ, ବତ୍କୃତା, କୁଇଜ୍ ଏବଂ ଚିତ୍ରକଳା ଶିଳ୍ପ କଳା

ପ୍ରଭୃତି ରୁ ପ୍ରତି ବିଭାଗର ପ୍ରଥମ, ଦ୍ଵିତୀୟ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଭା ଙ୍କୁ ସମ୍ମାନିତ କରାଯାଇ ଥିବା ବେଳେ ସମସ୍ତ ବିଭାଗର ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଭା ମାନଙ୍କୁ ଚଳିତ ମାସ ୧୦ ତାରିଖରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ସୁରଭି ରେ ଯୋଗ ଦେବା ପାଇଁ ମନୋନୀତ କରାଯାଇଛି।



 

Post a Comment

0 Comments