AD

ଆଦିବାସୀ ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ସରପଞ୍ଚଙ୍କ ସ୍ବାମୀ ଗିରଫ | Schoolgirl pregnancy in adaba |


ପୁଣି ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ଅଡବା ଥାନା ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ସରପଞ୍ଚଙ୍କ ସ୍ବାମୀ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ନାବାଳିକାର ପିତା ପଦାଗାଁରେ ରହି ଅଟୋ ଚଳାଉଥିବା ବେଳେ ଘରେ ଏକୁଟିଆ ସୁଯୋଗ ନେଇ ନାବାଳିକାକୁ ଭୟଭୀତ କରାଇ ସରପଞ୍ଚଙ୍କ ସ୍ବାମୀ ମାନସ ମଣ୍ଡଳ ବାରମ୍ବାର ଦୁଷ୍କର୍ମ କରି ଆସୁଥିଲା ବର୍ତମାନ ନାବାଳିକା ଜଣକ ମାସର ଗର୍ଭବତୀ ଥିବା ପିତାମାତା ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି ଅଭିଯୋଗ ମୁତାବକ ହାବୁକାପଙ୍କା ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ମାନସ ମଣ୍ଡଳ ପରିବାର ସହ ପଦାଗାଁରେ ଆସି ରହୁଥିବାବେଳେ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ଜଣକଙ୍କୁ ଘରେ କେହି ନଥିବା ସୁଯୋଗରେ ବିଭିନ୍ନ ପ୍ରକାର ଧମକଚମକ ଦେଇ ବାରମ୍ବାର ଦୁଷ୍କର୍ମ କରିଥିଲେ। ଏଥିରେ ନାବାଳିକା ଜଣକ ଗର୍ଭବତୀ ହୋଇଥିବା ଜଣାପଡ଼ିବା ପରେ ଜୀବନରେ ମାରିଦେବା ଭୟ ଦେଖାଇଥିଲେ। ଏପରିକି ପତ୍ନୀ ସରପଞ୍ଚ ଦାୟିତ୍ବରେ ଥିବାରୁ ଗର୍ଭନଷ୍ଟ କଲେ ପରିବାରକୁ ଇନ୍ଦିରା ଆବାସ ଯୋଗାଇଦେବାକୁ ପ୍ରଲୋଭନ ଦେଖାଇଥିଲେ ବୋଲି ନାବାଳିକାର ବାପା ଆଜି ଥାନାରେ ଅଭିଯୋଗ କରିଥିଲେ।


Post a Comment

0 Comments