AD

ଧନୁଯାତ୍ରା ମହୋତ୍ସବରେ ମହାରାଜା କଂସ ଭାବେ ଚୟନ ହେଲେ ପୂର୍ବତନ କଂସ ଅଭିନେତା ହୃଷିକେଶ ଭୋଇ



 ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବରେ ମହାରାଜା କଂସ ଭାବେ ଚୟନ ହେଲେ  ପୂର୍ବତନ କଂସ ଅଭିନେତା ହୃଷିକେଶ ଭୋଇ । ୪୪ ଜଣ କଳାକାରଙ୍କୁ ପଛରେ ପକାଇ ଗୁରୁବାର ଅଡିସନ ପ୍ରକ୍ରିୟାରେ ରାଜମୁକୁଟ ପିନ୍ଧିଛନ୍ତି କଂସ ଅଭିନେତା ହୃଷିକେଶ ଭୋଇ । ଦୀର୍ଘ ନଅ ବର୍ଷ ପରେ ପୁଣିଥରେ ବରଗଡ଼ ଦେଖିବ ହୃଷିକେଶଙ୍କ ଶାସନ । ନିଜର ନିଖୁଣ ଅଭିନୟ ଓ ଉଚ୍ଚକୋଟିର ସଂଳାପ ଯୋଗୁଁ ବିଚାରପତିଙ୍କ ମନ ଜିଣି ପୁଣିଥରେ ବୃହତ ଆକାଶ ଖୋଲା ରଙ୍ଗମଞ୍ଚରେ ଅଭିନୟ କରିବା ପାଇଁ ମନୋନୀତ ହୋଇଛନ୍ତି ହୃଷିକେଶ ଭୋଇ । ଆସନ୍ତା ଡିସେମ୍ବର ୨୭ରୁ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏଗାର ଦିନ ଧରି ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ହେବ । ଚଳିତ ଥର ଡାଇମଣ୍ଡ ଜୁବଲି ଧନୁଯାତ୍ରାରେ କମିଟିର ନିଷ୍ପତ୍ତି କ୍ରମେ ବରଗଡ ଟାଉନ ହଲରେ ତିନି ଧରି କଳାକାର ଚୟନ ପ୍ରକ୍ରିୟା ଚାଲିଥିଲା । ସାତ ଜଣ ବିଚାରପତି କଳାକାର ଚୟନ କରିଛନ୍ତି । କଳାକାରମାନେ ନିଜର ସୁସଜ୍ଜିତ ବେଶ ପୋଷାକରେ ଅଡିସନ ପାଇଁ ଆସିଥିଲେ  । କଂସ ସହ ଅନ୍ୟାନ୍ୟ ୧୦ଟି ଚରିତ୍ର ପାଇଁ ତିନି ଦିନ ଧରି ଚାଲିଥିଲା ଅଡିସନ । ଶେଷରେ ୪୪ଜଣ କଳାକାରଙ୍କୁ ପଛରେ ପକାଇ କଂସ ଭାବେ ଅଭିନେତା ହୃଷିକେଶ ଭୋଇ ମନୋନୀତ ହୋଇଛନ୍ତି । ଦୀର୍ଘ ନଅ ବର୍ଷ ଧରି ବରଗଡ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ କଂସ ଅଭିନୟ କରି ଅଭିନେତା ହୃଷିକେଶ ଭୋଇ ଲକ୍ଷ ଲକ୍ଷ ଦର୍ଶକଙ୍କ ମନ ଜିଣିଥିଲେ ।  

Post a Comment

0 Comments