AD

ଧାନ ଫସଲ ନଷ୍ଟ କଲେ ବାରାହା ପଲ : ବନାଞ୍ଚଳ ଘେରିଲେ ଚାଷୀ.




ବରଗଡ ଜିଲ୍ଲା ସୋହେଲା ବ୍ଲକ କୁଚିପାଲି ଠାରେ ବାରହା ଦଳ ନଷ୍ଟ କଲେ ଧାନଫସଲ ।ଘେଁସ ବନାଞ୍ଚଳ ଅଧିକାରୀଙ୍କୁ ଘେରିଲେ ଚାଷୀ   ଅଭିଯୋଗ  ଅନୁସାରେ ଦାବୀ ପୂରଣ ବନ୍ଦୋବସ୍ତ କରାନଗଲେ ଧାରଣା ଦେବାକୁ ଚେତାବନୀ ଦେଇଅଛନ୍ତି ଚାଷୀ

କୁଚିପାଲି ଗ୍ରାମରେ ଜଙ୍ଗଳୀ ଜନ୍ତୁ ବାରହା ଦଳ ଆସି ଚାଷୀମାନଙ୍କ ଏକରଏକର ଧାନଫସଲ ଖାଇ ଦଳିଚକଟି ନଷ୍ଟ କରିଅଛନ୍ତି ତେବେ ଏନେଇ ଗ୍ରାମର ଚାଷୀମାନେ ବାରମ୍ବାର ଘେଁସ ବନାଞ୍ଚଳ ରେଞ୍ଜର୍ ଶ୍ରୀଯୁକ୍ତ ଗଜେନ୍ଦ୍ର ଏଣ୍ଡଜା ଙ୍କୁ ଲିଖିତ ଜଣାଇଥିଲେ ହେଁ କୌଣସିପ୍ରକାର ପଦକ୍ଷେପ ନେଇନଥିବାବେଳେ ସହାୟତା ରାଶି ମଧ୍ୟ ଦେଇନଥିବା ଅଭିଯୋଗ ଆଣିଛନ୍ତି ଚାଷୀ ଆଜି କୁଚିପାଲି ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁଜାତା  ପଣ୍ଡାଙ୍କ ନେତୃତ୍ବରେ ଚାଷୀ କୃଷ୍ଞଚନ୍ଦ୍ର ପଣ୍ଡା, ହୃଦମଣି ସାହୁ,ଧିରେନ୍ଦ୍ର ପଣ୍ଡା,ସାବିତ୍ରୀ ପ୍ରଧାନ, କୁଞ୍ଜବିହାରୀ କଠାର ପ୍ରମୁଖଙ୍କ ସମେତ ବହୁ ଚାଷୀମାନେ ରେଞ୍ଜର ଶ୍ରୀଯୁକ୍ତ ଗଜେନ୍ଦ୍ର ଏଣ୍ଡଜାଙ୍କୁ ଘେରି ଦାବୀପତ୍ର ପ୍ରଦାନ କରିବା ସହିତ ସମସ୍ୟାର ତୁରନ୍ତ ସମାଧାନ ନକଲେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି  ଅନ୍ୟପକ୍ଷରେ ରେଞ୍ଜର ଶ୍ରୀଯୁକ୍ତ ଏଣ୍ଡଜା କୌଣସିପ୍ରକାର ପ୍ରତିକ୍ରିୟା ରଖିବାରେ ରୋକଠୋକ୍ ମନାକରିଅଛନ୍ତି



 

Post a Comment

0 Comments