AD

ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି:

ମଧୁମେହ ରୋଗ ଏକ ମାରାତ୍ମକ ରୋଗ। ଜାଣତରେ ହେଉ ଅଥବା ଅଜାଣତରେ ଏପରିକି ଲୋକଙ୍କଅବହେଳା ଯୋଗୁଁ ଦେଶରେ କାହିଁକି ସମଗ୍ର ବିଶ୍ବରେ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି।ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ଏହା କହିଛନ୍ତି। ବିଶ୍ବ ମଧୁମେହ ଦିବସ ଅବସରରେ ଶ୍ରୀବିଶ୍ୱାସ କହିଛନ୍ତି ଯେ, ମଧୁମେହ ରୋଗକୁ ରୋକିବାକୁ ହେଲେ ଆମକୁ ଆମ ଶରୀରର ଯତ୍ନ ନେବାକୁ ହେବ। ଆମର ଦୈନନ୍ଦିନ ଚାଲିଚଳଣୀରେ ପରିବର୍ତ୍ତନ ଆଣିବାକୁ ହେବ। ଯଦି କେହି ମଧୁମେହ ରୋଗରେ ପୀଡିତ ଡାକ୍ତରଙ୍କ ପରାମର୍ଶ ସହ ନିୟମିତ ବ୍ୟାୟାମ କରିବା ଜରୁରୀ। ସମଗ୍ର ବିଶ୍ୱ ପାଇଁ ମଧୁମେହ ରୋଗ ସମ୍ପ୍ରତି ଚିନ୍ତାର କାରଣ ହୋଇଛି। ଏମ୍ସରେ ମଧୁମେହ ପାଇଁ ଉତ୍ସର୍ଗୀକୃତ ଏଣ୍ଡୋକ୍ରାଇନୋଲୋଜି ୟୁନିଟ୍ ସହିତ ଅନ୍ୟାନ ସୁବିଧା ଉପଲବ୍ଧ ରହିଛି। ଯଦି କେହି ମଧୁମେହ ରୋଗରେ ଆକ୍ରାନ୍ତ ବୋଲି ସନ୍ଦେହ କରନ୍ତିତେବେ ସେମାନେ ଏମ୍ସ ଭୁବନେଶ୍ୱରରେ ଥିବା ଏନସିଡି କ୍ଲିନିକରେ ନିଜକୁ ଯାଞ୍ଚ କରିପାରିବେ ବୋଲିକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ବିଶ୍ୱାସ ସୂଚନା ଦେଇଛନ୍ତି। ଏହି ୱାକାଥନ ବିଜୁ ପଟ୍ଟନାୟକ ପୁଲିସ୍ଟ୍ରନିଂ ଏକାଡେମୀ ନିକଟରୁ ଆରମ୍ଭ ହୋଇ ଏମ୍ସ ପରିସରରେ ଶେଷ ହୋଇଥିଲା।ସମସ୍ତଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ସହିତ . ବିଶ୍ୱାସ ମଧ୍ୟ ୱାକାଥନରେ ଯୋଗ ଦେଇଥିଲେ।ଏହି ଅବସରରେ ଏମ୍ସ ଭୁବନେଶ୍ୱରର ଏଣ୍ଡୋକ୍ରାଇ ନୋଲୋଜି ବିଭାଗର ମୁଖ୍ୟ . କିଶୋର କୁମାର ବେହେରା ଲୋକଙ୍କୁ ମଧୁମେହ ଚିକିତ୍ସା ସୁବିଧା ବିଷୟରେ ଅବଗତ କରାଇ ଥିଲେ। ଏହି ବିଭାଗ ପ୍ରତିସପ୍ତାହରେ ପ୍ରାୟ ୨୦୦-୨୫୦ ମଧୁମେହ ରୋଗୀଙ୍କୁ ସେବା ଯୋଗାଇବାରେ ନିୟୋଜିତ ଅଛି ବୋଲି ଡକ୍ଟର ବେହେରା ସୂଚନା ଦେଇଛନ୍ତି। ଏହି ପଦଯାତ୍ରାରେ ମେଡିକାଲ୍ ଅଧୀକ୍ଷକ . ଏସ୍ ଏନ ମହାନ୍ତି, . ମନୋଜ ମହାନ୍ତି, . ବିନୋଦ ପାତ୍ର, . ଦେବାଶିଷ ହୋତା, . ଏମ ସି ସାହୁ, . ପ୍ରଭାସ ରଂଜନ ତ୍ରିପାଠୀ ଏବଂ ଅନ୍ୟାନ୍ୟ ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ର ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଏମ୍ସ ଭୁବନେଶ୍ୱର ପକ୍ଷରୁ ବିଗତ ବର୍ଷରୁ ବିଶ୍ୱ ମଧୁମେହ ଦିବସ ପାଳନ ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। ଚଳିତ ବର୍ଷ ଏହା ମଧୁମେହ ପରିଚାଳନା ଏବଂ ପ୍ରତିରୋଧ ପାଇଁ ମାଗଣା ରକ୍ତ ଶର୍କରା ଯାଞ୍ଚ ଏବଂ ଜନସଚେତନତା ବକ୍ତୃତା ଆଦି କାର୍ଯ୍ୟକ୍ରମ ହାତକୁ ନେଇଥିଲା ​​


Post a Comment

0 Comments