AD

ସରପଞ୍ଚଙ୍କ ଭାଇଙ୍କୁ ହତ୍ୟା କଲେ ନକ୍ସଲ || Naxal killed Sarpanch's brother

Naxal killed Sarpanch's brother

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ଏହି ଜିଲ୍ଲାର ଗୋଟିଏ ଗାଁର ସରପଞ୍ଚଙ୍କ ଭାଇଙ୍କୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ୫ରୁ ଜଣ ନକ୍ସଲ ଆମାବେଡା ଥାନା ଅନ୍ତର୍ଗତ ହୁରାପିଞ୍ଜୋଡି ଗ୍ରାମରେ ବାସ କରୁଥିବା ସରପଞ୍ଚଙ୍କ ଭାଇଙ୍କୁ ପ୍ରଥମେ ଅପହରଣ କରି ନେଇଥିଲେ। ପରେ ଜଂଗଲରେ ପୁଲିସ ଇନଫର୍ମର ଦର୍ଶାଇ ତାକୁ ନିର୍ଦ୍ଧୁମ ମାଡ ମାରିବା ପରେ ହଚ୍ୟା କରିଥିଲେ। ଶବକୁ ଗାଁ ନିକଟସ୍ଥ ରାସ୍ତାରେ ଫିଙ୍ଗି ଦେଇଥିଲେ। ଶବ ନିକଟରେ ଏକ ପୋଷ୍ଟର ମଧ୍ୟ ଛାଡି ଦେଇଥିଲେ।ତେବେ ଏନେଇ ଗ୍ରାମବାସୀ ଖବର ପାଇବା ପରେ ପୁଲିସକୁ ସୂଚନା ଦେଇଥିଲେ।ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚିନଥିବାରୁ ମୃତକଙ୍କ ପରିଚୟ ମିଳିପାରି ନାହିଁ ବୋଲି ଏସପି ସୁଲଭ ସିହ୍ନା ପ୍ରକାଶ କରିଛନ୍ତି। ଯବାନ ସେହି ଅଂଚଳକୁ ଗସ୍ତ କରିଥିବାରୁ ଯବାନ ଫେରିବା ପରେ ହିଁ ସମସ୍ତ ଘଟଣାର ବିବରଣୀ ମିଳିବ ବୋଲି କୁହାଯାଇଛି। ତେବେ ନକ୍ସଲ ପୁଣି ନିଜର ଉପସ୍ଥିତି ଜାହିର କରି ନିରୀହ ଲୋକଙ୍କୁ ହତ୍ୟା କରିବା ଆରମ୍ଭ କଲେଣି। ଯଦି ୨୦୨୦ ମସିହାରୁ ଦେଖିବା  ଆଜି ପର୍ଯ୍ୟନ୍ତ ଛତିଶଗଡରେ ବସ୍ତର ଅଂଜଳରେ ମୋଟ ୨୦ ଜଣଙ୍କୁ ନକ୍ସଲ ହତ୍ୟା କରିସାରିଲେଣି।ତେବେ ଏହି ଅଂଚଳକୁ ପୁଲିସ ଏବେ ସିଲ କରିବା ସହ ସର୍ଚ୍ଚ ଅପରେସନ କରୁଥିବା ଜଣାପଡିଛି।

 

Post a Comment

0 Comments