AD

ଓଡ଼ିଶା ବଜାରକୁ ଆସିଲା ଟିଭିଏସର ଇଲେକ୍ଟ୍ରିକ ସ୍କୁଟର ଆଇକ୍ୟୁବ୍ | TVS E- Bike New Model iqube |

| TVS E- Bike New Model iqube |

      ଟିଭିଏସ୍ ମୋଟର କଂପାନି ପକ୍ଷରୁ ଭୁବନେଶ୍ୱରରେ ନୂଆ ଟିଭିଏସ୍ ଆଇକ୍ୟୁବ୍ ଇଲେକ୍ଟ୍ରିକ୍ ସ୍କୁଟର ସିରିଜ୍କୁ ଉନ୍ମୋଚନ କରାଯାଇଛି ଟିଭିଏସ୍ ଆଇକ୍ୟୁବ୍ ସିରିଜର ୩ଟି ଭାରିଆଣ୍ଟ, ୧୧ଟି ରଙ୍ଗ ଏବଂ ୩ଟି ଚାର୍ଜିଂ ବିକଳ୍ପରେ ଉପଲବ୍ଧ ହୋଇଛି ଟିଭିଏସ୍ ଆଇକ୍ୟୁବ୍ ଏବଂ ଟିଭିଏସ୍ ଆଇକୁ୍ୟବ୍ ଏସ୍ ଯଥାକ୍ରମେ ୧୧୦,୮୮୮ ଟଙ୍କାରେ ଏବଂ ୧୧୭,୮୧୮ ଟଙ୍କାରେ (ଅନ୍-ରୋଡ୍ ଭୁବନେଶ୍ୱର) ଉପଲବ୍ଧ ହେବ

ଏହି ସ୍କୁଟରରେ ବ୍ୟାପକ ଇଣ୍ଟେଲିଜେଣ୍ଟ କନେକ୍ଟେଡ୍ ସୁବିଧା ସୁଯୋଗ ରହିଛି ଯେଉଁଥିରେ ସାମିଲ ରହିଛି ଇଂଚ୍ ଟିଏଫ୍ଟି ଟଚ ସ୍କ୍ରିନ ଏବଂ କ୍ଲିନ୍ ୟୁଆଇ, ଇନଫିନିଟି ଥିମ୍ ପର୍ସନାଲାଇଜେସନ୍, ଭଏସ୍ ଆସିଷ୍ଟ ଏବଂ ଟିଭିଏସ୍ ଆଇକୁ୍ୟବ୍ ଆଲେକ୍ସା ସ୍କିଲ୍ ସେଟ୍, ମ୍ୟୁଜିକ ପ୍ଲେୟାର କଣ୍ଟ୍ରୋଲ, ଓଟିଏ ଅପ୍ଡେଟ୍, ପ୍ଲଗ୍ ଆଣ୍ଡ୍ ପ୍ଲେ କ୍ୟାରି ସହିତ ଚାର୍ଜିଂ, ଯାନ ସ୍ୱାସ୍ଥ୍ୟ ସୁରକ୍ଷା ନୋଟିଫିକେସନ, ବ୍ଲୁଟୁଥ, କ୍ଲାଉଡ୍ କନେକ୍ଟିଭିଟି ବିକଳ୍ପ, ୩୨ ଲିଟର ଷ୍ଟୋରେଜ୍ ସ୍ଥାନ ଏବଂ ଆହୁରି ବହୁତ କିଛି ଟିଭିଏସ୍ ମୋଟର କଂପାନିର ବରିଷ୍ଠ ଉପସଭାପତି-ଫୁ୍ୟଚର ମୋବିଲିଟି ମନୁ ସକ୍ସେନା କହିଛନ୍ତି ଯେ, “ସମ୍ପୂର୍ଣ୍ଣ ଆକର୍ଷଣୀୟ ନୂଆ ଟିଭିଏସ୍ ଆଇକ୍ୟୁବ୍ ସିରିଜ୍ ଏକ ବଡ଼ ଗ୍ରାହକ ବର୍ଗଙ୍କୁ ଅଧିକ ବିକଳ୍ପ ପ୍ରଦାନ କରୁଛି ନୂଆ ଟିଭିଏସ୍ ଆଇକୁ୍ୟବରେ  ବିବିଧ ଚାର୍ଜିଂ ବିକଳ୍ପ ସୁବିଧା ରହିଛି ଏବଂ ଏହା ଶ୍ରେଣୀର ଅଗ୍ରଣୀ ଡିସପ୍ଲେ ଏବଂ ୟୁଆଇ ବିକଳ୍ପ ସହ ଆସୁଛି



 

Post a Comment

0 Comments