AD

ଠାକୁରମୁଣ୍ଡା ବ୍ଲକ ଗସ୍ତ ରେ ମୟୂରଭଞ୍ଜ ଜିଲ୍ଲା ମଙ୍ଗଳ ଅଧିକାରୀ || Mayurbhanj district welfare officer on visit to Thakurmunda block

 

Mayurbhanj district welfare officer on visit to Thakurmunda block


ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ରେ ଥିବା ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ପରିଚାଳିତ ଅନୁସୂଚିତ ଜାତି ଜନଜାତି  ବିଦ୍ୟାଳୟ ହଷ୍ଟେଲ ଗୁଡ଼ିକ ରେ ବାରମ୍ବାର ଅବ୍ୟବସ୍ଥା କୁ ଦୃଷ୍ଟିରେ ରଖି ସୋମବାର ଜିଲ୍ଲା ମଙ୍ଗଳ ଅଧିକାରୀ ବାବୁରାମ ସିଂ ଠାକୁରମୁଣ୍ଡା ବ୍ଲକ ଗସ୍ତ ରେ ଆସି ବ୍ଲକ ଅଧିନରେ ରେ ଥିବା ପତ୍ରପଡା ସେବାଶ୍ରମ,କେଶଡିହା ସେବାଶ୍ରମ ଏବଂ ଠାକୁରମୁଣ୍ଡା କସ୍ତୁରୁବା ଗାନ୍ଧୀ ବାଳିକା ବିଦ୍ୟାଳୟ ନିକଟସ୍ଥ ଅନୁସୂଚିତ ଜାତି ଜନଜାତି ହଷ୍ଟେଲ

ପରିଦର୍ଶନ କରିଛନ୍ତି। କିଛି ମାସ ପୂର୍ବରୁ କେଶଡିହା ସେବାଶ୍ରମ ଛାତ୍ର ଛାତ୍ରୀ ବିଦ୍ୟାଳୟ ସମସ୍ୟା ଏବଂ ହଷ୍ଟେଲ ସମସ୍ୟା ସହ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଦ୍ଵାରା ନିର୍ଯାତିତ ହେଉଥିବା ଅଭିଯୋଗ କରି ବିଦ୍ୟାଳୟ ମୁଖ୍ୟ ଫାଟକ ରେ ତାଲା ପକାଇ ଧାରଣାରେ ବସି ରହିବା ସହ ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରୀ ମଧ୍ୟ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ବିରୋଧରେ ସଗୀନ ଅଭିଯୋଗ ଆଣିବା ଅକ୍ଟୋବର ୨୩ ତାରିଖ ଦିନ ଠାକୁରମୁଣ୍ଡା ସ୍ଥିତ ଅନୁସୂଚିତ ଜାତି ଜନଜାତି ହଷ୍ଟେଲ ୯୪ ଜଣ ଛାତ୍ରୀ  ଖାଇବାକୁ ପାଇ ବ୍ଲକ କାର୍ଯ୍ୟାଳୟରେ ପରିସରରେ କାନ୍ଦିଥିଲେ। ଏହି ଘଟଣା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ବିଦ୍ୟାଳୟ ହଷ୍ଟେଲ ପରିଦର୍ଶନ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବା ମନେ ହେଉଛି। ପରିଦର୍ଶନ ସମ୍ପର୍କରେ ସମାଜ ମଙ୍ଗଳ ଅଧିକାରୀ କହିଛନ୍ତି ଯେ, ଠାକୁରମୁଣ୍ଡା ବ୍ଲକ କୁ ଗସ୍ତ ରୁଟିନ ଗସ୍ତ ଥିଲା। ଜିଲ୍ଲା ପ୍ରତି ବ୍ଲକ୍ କୁ ତାଙ୍କର ଏପରି ଗସ୍ତ ହୋଇଥାଏ। ଠାକୁରମୁଣ୍ଡା ବ୍ଲକ ଏହି ବିଦ୍ୟାଳୟ ଗୁଡ଼ିକର ଛାତ୍ର ଛାତ୍ରୀ ଙ୍କ ସମସ୍ୟା ଘଟଣା ସମ୍ପର୍କରେ ପଚାରିବାରୁ ସେ, କହିଛନ୍ତି ଯେ, ଅବ୍ୟବସ୍ଥା ସମ୍ପର୍କରେ ତାଙ୍କର ନଜର କୁ ଆସିଛି। ଯେଉଁ ସବୁ ବିଦ୍ୟାଳୟ ଗୁଡ଼ିକରେ ସମସ୍ୟା ଆସୁଛି ସେଗୁଡିକ ସମାଧାନ କରାଯିବାକୁ ଚେଷ୍ଟା କରାଯିବା ସହ ତଦନ୍ତ ରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ଶେଷରେ କେଶଡିହା ଉଚ୍ଚ ବିଦ୍ୟାଳୟ ଏବଂ ସେବାଶ୍ରମ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ସୁପାରିଶ କରାଯାଇଛି ବୋଲି ପ୍ରକାଶ କରିଥିଲେ

Post a Comment

0 Comments