AD

ଏକ ସ୍ବୟଂସମ୍ପୂର୍ଣ ସମୃଦ୍ଧିଶାଳି ବୃହତ୍ତର ମହାନଗର ନିଗମ ଗଠନ ନିମନ୍ତେ ୧୮ ଟି ପଞ୍ଚାୟତକୁ ସାମିଲ କରିବାର ଆବଶ୍ୟକତା ରହିଛି

ନିକଟରେ ରାଜ୍ୟ ସରକାର ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁପାଳନ କରିବାକୁ ଯାଇ ଲୋଚପଡା ପଞ୍ଚାୟତ ସହ ବଡ଼ କୁଷସ୍ଥଳି ପଞ୍ଚାୟତର ସାନ କୁଷସ୍ଥଳି ଗ୍ରାମ , ଗଞ୍ଜୁ ପଞ୍ଚାୟତର ବ୍ରାହ୍ମଣ ପଲ୍ଲି ଗ୍ରାମ ଏବଂ ଗୋଳାବନ୍ଧ ପଞ୍ଚାୟତର ଗୋଳାବନ୍ଧ ଆର୍ମ ଟ୍ରେନିଙ୍ଗ କଲେଜ ପ୍ରଭୃତିକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିବାର ଯେଉଁ ବିଜ୍ଞପ୍ତି ପ୍ରକାଶ କରି ୩୦ ଦିନ ମଧ୍ୟରେ ଜନସାଧାରଣଙ୍କ ଠାରୁ ଏନେଇ ଆପତ୍ତି ଓ ପରାମର୍ଶ ଆହ୍ଵାନ କରିଛନ୍ତି ତାହାକୁ ନେଇ ଯଦିଓ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସରକାରଙ୍କ ଏ ପଦକ୍ଷେପକୁ ସ୍ବାଗତ କରାଯାଇଛି କିନ୍ତୁ କମିଟି ଏଥିରେ ଆଦୌ ସନ୍ତୁଷ୍ଟ ନୁହେଁ ବୋଲି କମିଟି ତରଫରୁ ଆହୂତ ଏକ ଅନୌପଚାରିକ ବୈଠକରେ  ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। କମିଟି ଆଜି ମଧ୍ୟ ତାର ମୂଳ ଦାବୀ ଅନୁଯାୟୀ ସରକାରଙ୍କ ଘୋଷଣା ନାମା ଅନୁସାରେ ୧୮ ଟି ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରି ଏକ ସ୍ବୟଂ ସମ୍ପୂର୍ଣ ଓ ସମୃଦ୍ଧି ଶାଳି ମହାନଗର ନିଗମ ଗଠନ ନିମନ୍ତେ ଯେଉଁ ସପ୍ନ ଦେଖିଥିଲା ସେଥିରେ ଅଟଳ ରହିଛି। କାରଣ ସମସ୍ତ ୧୮ଟି ଯାକ ପଞ୍ଚାୟତ ନସାମିଲ ହେଲେ ଯେଉଁ ବିକଶିତ ବୃହତ୍ତର ମହାନଗର ନିଗମ ଗଠନ ପରିକଳ୍ପନା କରାଯାଇଛି ତାହା ସୁଦୂର ପରାହତ ହେବ। ମହାନଗର ନିଗମରେ ସରକାରଙ୍କ ୨୦୦୮ ଘୋଷଣା ନାମା ଅନୁଯାୟୀ ସମସ୍ତ ୧୮ ଟି ଯାକ ପଞ୍ଚାୟତ ମିଶିଲେ ଏହାର ଭୌଗାଳିକ ପରିସୀମା ଓ କଳେବର ଯଥେଷ୍ଟ ପରିବ୍ୟାପ୍ତ ହେବା ସହ ଲୋକ ସଂଖ୍ୟାରେ ମଧ୍ୟ ଅହେତୁକ ବୃଦ୍ଧି ଘଟିବ ଯାହାଫଳରେ  ଏହାର ବିକାଶ ଏବଂ ଉନ୍ନତି ସକାଶେ ଅନୁପାତିକ ଭାବରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ପ୍ରଚୁର ଅର୍ଥ ଅନୁଦାନ ଆକାରରେ ଆସିବ ଏବଂ ଫଳସ୍ୱରୁପ ମହାନଗରର ରୂପରେଖ ଅକଳ୍ପନୀୟ ଭାବରେ ଏକ ଉନ୍ନତ ଆଗଧାଡିର ସହରରେ ରୂପାନ୍ତରିତ ଅଚିରେ ହେଇଯିବ । ଏଠାରେ ସୂଚନା ଯୋଗ୍ୟ ଯେ ସରକାରଙ୍କ ବର୍ତ୍ତମାନର ଏହି ମିଶ୍ରଣ ନିଷ୍ପତ୍ତି ଦ୍ଵାରା ଯଦିଓ ସହର ସନ୍ନିକଟରେ ଥିବା ଓ ଲୋଚାପଡା ପଞ୍ଚାୟତ ଅଧିନରେ ଆସୁଥିବା ସହର ତଳି ଅଞ୍ଚଳ ବ୍ରଜନଗର , ଶକ୍ତିନଗର, ଶ୍ରୀମା ନଗର , ହନୁମାନ ନଗର, ଆଦିଶକ୍ତି ନଗର, କାଳୁଆ ନଗର, ବାସୁଦେବ ନଗର, ଖାରବେଳ ନଗର, ବାପୁଜି ନଗର, ଗୋବିନ୍ଦ ବିହାର ଓ ମେଡିକାଲ ବ୍ୟାଙ୍କ କଲୋନୀ ସହ ସମ୍ପୂର୍ଣ ଲୋଚାପଡା ଗ୍ରାମ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ହେବାକୁ ଯାଉଛି ତଥାପି  ସହର ସନ୍ନିକଟ ଅନେକ ପ୍ରମୁଖ ଏବଂ ଗୁରୁତ୍ଵପୂର୍ଣ୍ଣ ଅଞ୍ଚଳ ଯଥା ଭାବିନିପୁର ପଞ୍ଚାୟତ ଅନ୍ତର୍ଗତ ନୀଳାଚଳ ନଗର, ବିଜୟ ବିହାର, ବାସୁଦେବ ନଗର, ଗୌତମ ନଗର, ବସନ୍ତ ବିହାର , ଅମରାବତୀ ନଗର, କୋଣାର୍କନଗର ଓ ଅଳକାପୁରି ଭଳି ପ୍ରଭୁତି ଅଞ୍ଚଳ ବାଦ ପଡିଯାଇଛନ୍ତି। ସେହିଭଳି ନିମଖଣ୍ଡି ପଞ୍ଚାୟତର ରାଜୀବ ନଗର, ସଂଜୀବନୀ ବିହାର , କୋଣାର୍କ ବିହାର , ପ୍ରତାପ ନଗର, ଜଗଦଳପୁରର  ନେତାଜି ନଗର ଏବଂ ହଳଦିଆପଦର ପଞ୍ଚାୟତର ଶକ୍ତି ନଗର, ଓମ୍ ବିହାର, ନିଗମାନନ୍ଦ ନଗର ଏବଂ ସଦାନନ୍ଦ ବିହାର ଭଳି ଅନେକ ଅଞ୍ଚଳର ଲୋକେ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ହୋଇ ମୌଳିକ ସୁବିଧା ପାଇବା ନେଇ ଆଶା ବାନ୍ଧି ଚାହିଁ ରହିଥିବା ବେଳେ ସରକାରଙ୍କ ଏହି ଅଦୂରଦୃଷ୍ଟି ଓ ସଙ୍କିର୍ଣ୍ମମନା ଏକ ପାଖିଆ ପଦକ୍ଷେପ ସ୍ଥାନୀୟ ବାସିନ୍ଦା ଏବଂ ନାଗରିକ କମିଟି ମାନଙ୍କ ମଧ୍ୟରେ ଅସନ୍ତୋଷ ଏବଂ କ୍ଷୋଭ ଦାନା ବାନ୍ଧୁଛି। ସେହିଭଳି ସେହି ଲୋକଙ୍କ ସହ ମିଶି କ୍ରିୟାନୁଷ୍ଠାନ କମିଟି ସ୍ଥାନୀୟ ବାସିନ୍ଦାଙ୍କ ମାଧ୍ୟମରେ ପୃଥକ୍ ପୃଥକ୍ ରିଟ ଦାଖଲ କରି ମାନ୍ୟବର ହାଇ କୋର୍ଟ ଙ୍କ ହସ୍ତ କ୍ଷେପ ଲୋଡ଼ିବ । ତେଣୁ ଏହି ଦୃଷ୍ଟିରୁ କମିଟି ଆଶା କରୁଛି ଯେ ସରକାର ସଂକୀର୍ଣ୍ଣ ରାଜନୈତିକ ଚିନ୍ତାଧାରାରୁ ଉପରକୁ ଉଠି ବ୍ରହ୍ମପୁରର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ତାଙ୍କ ନିଜ ପ୍ରତିଶୁତି ରକ୍ଷା କରିବେ ଏବଂ ସମସ୍ତ ୧୮ ଟି ପଞ୍ଚାୟତକୁ ବିନା ଦ୍ବିଧାରେ ସାମିଲ କରି ଏହି ପକ୍ରିୟାରେ ପୂର୍ଣ୍ଣ ଛେଦ ଟାଣିବେ। କମିଟି ସରକାର ଏକ ମାସ ସମାପ୍ତି ପରେ କଣ ପଦକ୍ଷେପ ନେଉଛନ୍ତି ଦେଖିବ ଏବଂ ତଦନୁଯାୟୀ ପଦକ୍ଷେପ ଗ୍ରହଣ କରିବ।

 

Post a Comment

0 Comments