AD

କେଶୁଦୁରାପାଳ ଗ୍ରାମରେ ଜମୁଛି ନିଆରା ବାଲିଯାତ୍ରା || A unique sand walk in Keshudurapal village

A unique sand walk in Keshudurapal village

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ କେଶୁଦୁରାପାଳ ଗ୍ରାମରେ ଜମୁଛି ନିଆରା ବାଲିଯାତ୍ରା ସାଧାରଣତଃ କଟକ ବାଲି ଯାତ୍ରାପରେ ଏଠାରେ ଦୀର୍ଘ ୧୭ ବର୍ଷ ହେବ ସ୍ଥାନୀୟ  ଗ୍ରାମବାସୀ ଯୁବକ ମାନଙ୍କ ସହ ଯୋଗରେ ପାଳିତ ହୋଇଆସୁଛି ଏହି ଯାତ୍ରା ସନ୍ଧ୍ୟା ହେଲେ ଆଖପାଖ ଅଞ୍ଚଳର ଲୋକମାନେ ଚାଲିଆସିଥାନ୍ତି ବାଲିଯାତ୍ରା ବୁଲିବାକୁ ।ବାଲିଯାତ୍ରା ବୁଲିବା ସହ ଘରକରଣା ଜିନିଷ କିଣା ସାଙ୍ଗକୁ ଚାଟ୍,ଗୁପୁଚୁପ୍ ଖାଇ ମଜା ଉଠାଇଥାନ୍ତି ଲୋକମାନେକେନ୍ଦୁଝର ଜିଲ୍ଲା ଘସିପୁରା ଶୈଲଙ୍ଗ ଛକ ଠାରୁ ୧୬ କି.ମି. ଦୂରରେ ଅବସ୍ଥିତ ଏହି କେଶୁଦୂରାପାଳର ବାଲିଯାତ୍ରା କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଏଠାରେ ରାଧାକୃଷ୍ଟ ମୂର୍ତ୍ତି ପୁଜା ପାଇଥାନ୍ତି ଏହି ଯାତ୍ରା ଦେଖିବା ପାଇଁ ଆଖପାଖ ଗ୍ରାମ ସମେତ ବାହାର ଜିଲ୍ଲାରୁ ମଧ୍ୟ ଲୋକମାନେ ଆସିଥାନ୍ତି ଅଧିକାଂଶ ସ୍ଥାନୀୟ ଦୋକାନୀ କଟକ ବାଲିଯାତ୍ରା ରେ ଦୋକାନ କରିଥିବାରୁ ଏଠାରେ କଟକ ବାଲିଯାତ୍ରା ପରେ ପରେ ମେଳା ବସିଥାଏ ଏବଂ ସେହି ଦୋକାନୀ ମାନେ ଆସି ଏଠାରେ ବେପାର କରିଥାନ୍ତି ସଞ୍ଜ ନଇଁଲେ ଯାତ୍ରାରେ ଲୋକମାନଙ୍କର ଭିଡ  ଜମେ ବିଭିନ୍ନ ଘରକରଣା ସାମଗ୍ରୀ ବାସନ କୁସନ ଆଦି ସାମଗ୍ରୀ  ମହିଳାମାନେ କିଣାବିକା କରିଥାନ୍ତି। ଚାଟ୍,ଗୁପୁଚୁପ୍,ମିଠା ଖାଇ ଲୋକମାନେ ମେଳା ବୁଲିଥାନ୍ତି ପିଲାମାନେ ଆଇସ୍କ୍ରିମ , ମଥୁରାକେକ ଖାଇ ଛୋଟ ଦୋଳିର ମଜା ଉଠାଇଥାନ୍ତି କଣ୍ଢେଇ ନାଚ ନିଆରା ମଜା ଉଠାଇଥାନ୍ତି ପର୍ଯ୍ୟଟକ ବୁଲାବୁଲି କରିବା ପରେ ରାତିରେ ଅପେରର ମଜା ନେଉଛନ୍ତି ଦର୍ଶକ ଏବର୍ଷ ଯାତ୍ରା ଶ୍ରୀ ମା ବାଣେଶ୍ବରୀ ଯାତ୍ରା ପରିବେଷଣ କରୁଛି ଏବର୍ଷ ଦିନ ବସିବାକୁ ଥିବା ମେଳା ଶେଷ ଆଡକୁ ଭଲ ବେପାର ହେବ ବୋଲି କହିଛନ୍ତି ଦୋକାନୀ ବର୍ଷକୁ ଥରେ ଏହି ବାଲିଯାତ୍ରା।  ମେଳାର ଶେଷ ପର୍ଯ୍ୟାୟରେ ଲୋକମାନଙ୍କର ଭିଡ ବଢିବାରେ ଲାଗିଛି ଭଲ ଦିପଇସା ଲାଭ ହେବା ଆଶାରେ ବ୍ୟବସାୟୀ ମାନେ ଉତ୍ସାହିତ ହୋଇପଡିଛନ୍ତି

 

Post a Comment

0 Comments