AD

ଫଡ଼ନାବିସଙ୍କ ପତ୍ନୀ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ସମର୍ଥନ କଲେ || Fadnavis' wife supported the Maharashtra governor

 

Fadnavis' wife supported the Maharashtra governor

ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଛତ୍ରପତି ଶିବାଜୀ ମହାରାଜଙ୍କ ସଂକ୍ରାନ୍ତରେ ଦେଇଥିବା ଟିପ୍ପଣୀ ପାଇଁ ବିବାଦ ଘନେଇଥିବା ବେଳେ ଆଜି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ପତ୍ନୀ ଅମୃତା ଫଡ଼ନାବିସ ରାଜ୍ୟପାଳଙ୍କୁ ସମର୍ଥନ କରିଛନ୍ତି। ରାଜ୍ୟପାଳଙ୍କୁ ସମର୍ଥନ କରି ଅମୃତା କହିଛନ୍ତି, ମୁଁ ରାଜ୍ୟପାଳଙ୍କୁ ବ୍ୟକ୍ତିଗତ ଭାବେ ଜାଣିଛି। ସେ ମହାରାଷ୍ଟ୍ରକୁ ଆସିବାପରେ ମରାଠୀ ଶିଖିଛନ୍ତି। ସେ ବାସ୍ତବରେ ମରାଠାମାନଙ୍କୁ ଭଲପାଆନ୍ତି। ମୁଁ ନିଜେ ଏହା ଅନୁଭବ କରିଛି। କିନ୍ତୁ ଅନେକ ଥର ଏମିତି ହୋଇଛି ଯେ ସେ କିଛି କଥା କହିଥିବେ କିନ୍ତୁ ଏହାକୁ କଦର୍ଥ କରାଯାଇଥିବ। କିନ୍ତୁ ସେ ହୃଦୟରୁ ଜଣେ ମରାଠୀ ମଣିଷ। ମହାରାଷ୍ଟ୍ର ରାଜ୍ୟପାଳଙ୍କ କଥାକୁ ଭୁଲ୍ଅର୍ଥ ବାହାର କରାଯାଇଛି ବୋଲି ଅମୃତା ଫଡ଼ନାବିସ ପରୋକ୍ଷରେ କହିଛନ୍ତି।

Post a Comment

0 Comments