AD

ଶେଷ ହେଲା ଖୁଂଟାପୋଷି ଜଗଦ୍ଧାତ୍ରୀ ପୂଜା ସମାରୋହ

 


ମୟୂରଭଞ ଜିଲ୍ଲା, ଠାକୁରମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଦିଗଧର ପଂଚାୟତର ଖୁଂଟାପୋଷି ଗ୍ରାମରେ ବିପୁଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଗତ ୩୦ ତାରିଖ ଷଷ୍ଠୀ ତିଥିରୁ ମା ଜଗଦ୍ଧାତ୍ରୀଙ୍କ ପୂଜାସମାରୋହ ଆରମ୍ଭହୋଇ ଆଜି ତାରିଖଦିନ ସମାପ୍ତ ହୋଇଥିବାର ଜଣାପଡିଛି ଗ୍ରାମର ବରିଷ୍ଠ ସମଜସେବୀ ସୁରଥ ସାହୁ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ପୂଜା ସମାରୋହରେ ବିଶ୍ୱଜିତ ସାହୁ ତାଙ୍କ ପତ୍ନୀ ମଧୁସ୍ମିତା ସାହୁ ଙ୍କ ସହିତ କର୍ତା କର୍ତୀ ଭାବେ ଦାୟୀତ୍ୱ ତୁଲାଇଥିବାବେଳେ ଏଥିରେ ପୁରୋହିତ ଭାବେ ଯୋଗଦେଇଥିଲେ  ଭଦ୍ରକର ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ, ପଣ୍ଡିତ ବିପିନ ବିହାରୀ ତ୍ରିପାଠୀ ଏବଂ ଖଇରାର ପଣ୍ଡିତ ଶ୍ୟାମସୁନ୍ଦର ପଣ୍ଡା ୩୦ ତାରିଖ ଷଷ୍ଠୀ ଦିନ ଠାରୁ  ତାରିଖ ଦଶମୀଦିନ ପର୍ଯ୍ୟନ୍ତ ମା ଜଗଦ୍ଧାତ୍ରୀଙ୍କ ମୃଣ୍ମୟୀ ମୂର୍ତୀ ପାଶ୍ୱର୍ ଦେବଦେବୀଙ୍କର ଷୋଡଷ ଉପଚାରରେ ପୂଜାର୍ଚ୍ଚନା କରିଥିଲେ ସ୍ଥାନୀୟ ସରପଂଚ ମଳୟ ପରିମାଣିକଙ୍କ ସମେତ  ଅଜିତ ସାହୁ,ଫତିନ ସାହୁ,ଭାଗୁ ସାହୁ,ମନୋଜ ସାହୁ,ଶୁଭଜିତ୍ ସାହୁ,ବାବୁଲା ସାହୁ, ଶିଲୁ ସାହୁ ପ୍ରମୁଖ ପୂଜା ସମାରୋହର ପରିଚାଳନାରେ ସହଯୋଗ କରିଥିଲେ ଦୀର୍ଘ ୨୫ ବର୍ଷ ହେଲା ଏଠାରେ ସୁରଥ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇ ଆସୁଥିବା ଏହି ପୂଜା ସମାରୋହ, ଗତ ଦୁଇ ବର୍ଷହେଲା କରୋନା କଟକଣା ମଧ୍ୟରେ ଫିକା ପଡିଥିବାବେଳେ ଚଳିତ ବର୍ଷ କଟକଣା ହଟିଯାଇଥିବାରୁ ଖୁଂଟାପୋଷୀ ଗ୍ରାମାଂଚଳ ବେଶ ଆଧ୍ୟାତ୍ମିକ ପରିବେଶ  ଏବଂ ଉତ୍ସବମୁଖର ହୋଇଉଠିଥିଲା  ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ପୂଜାସ୍ଥଳୀକୁ ଆସି ମା ଙ୍କ ଦର୍ଶନ କରିବା ସହିତ ଆଶୀର୍ବାଦ ନେଇଥିବାର ଦେଖିବାକୁ ମିଳିଥିଲା


Post a Comment

0 Comments