AD

ଭାଉଜର ମିଠା ପ୍ରେମରେ ପଡି ବିଷ ପିଇଲା ଦିଅର



 ଭାଉଜର ମିଠା ପ୍ରେମରେ  ପଡି ବିଷ ପିଇଲା ଦିଅର । ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତି କଲା ପୋଲିସ୍ । ପରେ ଅବସ୍ଥା ସଂକଟାପନ୍ନ ହେବାରୁ  ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି ପ୍ରେମିକ ଦିଅରକୁ । ଏପଟେ ଭାଉଜ କୁ ଥାନାରେ ଅଟକ ରଖି ତଦନ୍ତ କରୁଛି ପୋଲିସ୍ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ଗ୍ରାମରେ । ଚଣ୍ଡେଶ୍ୱର ଗ୍ରାମର ଚିତ୍ତ ରଞ୍ଜନ ଜେନା ବୟସ ୨୮ ବର୍ଷ ଗତ ୪ ବର୍ଷ ତଳେ  ବବିତା ଜେନାକୁ ବିବାହ କରିଥିଲେ । ବିବାହର ୨ ବର୍ଷ ପରେ ତାଙ୍କର ଏକ  ସନ୍ତାନ ଜନ୍ମ ଲାଭ କରିଥିଲା । ଚିତ୍ତ ରଂଜନଙ୍କ ବଡ ଭାଇ ସୂଦୂର ଦୁବାଇରେ ରହୁଥିବାରୁ ଭାଉଜ ମନି ଜେନା ବୟସ  ୩୨ ବର୍ଷ ଓ ଦିଅର ଚିତ୍ତ ରଂଜନଙ୍କ ମଧ୍ୟ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା ।ଭାଉଜ ମନି ଜେନାଙ୍କର ୧୩ ଓ ୧୭ ବର୍ଷର ଦୁଇଟି ବଡ ବଡ ପୁଅ  ଥିବା ବେଳେ କାଳ ଅକାଳ ନମାନି ଦିଅର ଚିତ୍ତ ରଂଜନଙ୍କର ପ୍ରେମରେ ପାଗଳ ହୋଇଥିଲେ । ଏହା ସହ ଉଭୟ ମଧ୍ୟ୍ୟ  ନିବିଡତାରେ ଆବଦ୍ଧ ହେଉଥିଲେ । ଏ ନେଇ ବାହାରେ ପ୍ରଘଟ ହେବାରୁ ଭାଉଜ ଦୁଇ ପିଲାଙ୍କ ସହ ଚଣ୍ଡେଶ୍ୱର ଘର ଛାଡି  କୁହୁଡି ଚୁଆ ଟାଙ୍ଗୀରେ ଘର ଭଡା ନେଇ ରହି ଆସୁଥିଲେ । ଫଳରେ ଘରେ କେହି ନଥିବାରୁ ଦିଅର  ଚିତ୍ତ ରଂଜନଙ୍କର ଭାଉଜଙ୍କ ଘରକୁ ଯିବା ଆସିବା ସହଜ ହେଉଥିଲା । ତେଣୁ  ସଦାସର୍ବଦା ଚିତ୍ତ ରଂଜନ ନିଜ ଭାଉଜ ପ୍ରେମରେ ପଡି  ତାଙ୍କର ପତ୍ନୀଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲେ । ଗତ କିଛି  ଦିନ ତଳେ  ଭାଉଜ ମନି ଜେନା ଓ ଚିତ୍ତ ରଂଜନଙ୍କର  ପ୍ରେମାଳପର ଏକ ଅଡିଓ ରେକଡିଂ  ବଵିତା ଜେନାଙ୍କ ହାତରେ ଲାଗିଥିଲା । ଏହି ଘଟଣାରେ ବବିତା ଜେନା ନିଜ ସ୍ୱାମୀ ଚିତ୍ତ ରଂଜନଙ୍କୁ ତାଗିଦା କରିବାରୁ  ଚିତ୍ତ ରଂଜନ ଓ ବଵିତାଙ୍କ ମଧ୍ୟ୍ୟରେ ଗଣ୍ଡ ଗୋଳ ଲାଗିଥିଲା । ଏପରିକି  ଚିତ୍ତ ରଂଜନଙ୍କ ଭାଉଜ ବଵିତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଅନ୍ୟ ଉପାୟ ନପାଇ ବଵିତା ୧୧୨ ନଂ ରେ ପୋଲିସ୍ କୁ କଲ୍ କରିଥିଲେ । ତୁରନ୍ତ ଖବର ପାଇ ଟାଙ୍ଗୀ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ  ଆରମ୍ଭ କରିଥିଲା । ତେଣୁ ଘଟଣାର ଗମ୍ଭିରତାକୁ ଲକ୍ଷ କରି ପୋଲିସ୍ ଭାଉଜ ମନି ଜେନା..ଚିତ୍ତ ରଂଜନ ଜେନା ଓ ବଵିତା ଜେନାଙ୍କୁ ଥାନାକୁ ଡକାଇଥିଲା । ଗୁରୁଵାର ଦିନ ସମସ୍ତେ ଥାନାକୁ ଆସିଥିବା ବେଳେ  ଦିଅର ଚିତ୍ତ ରଂଜନ ହଠାତ୍ ଥାନା ପରିସର ରେ ଅଚେତ୍ ହୋଇ ପଡିଥିଲେ । ପୋଲିସ୍ ତୁରନ୍ତ ଉଦ୍ଧାର କରି ଚିତ୍ତରଞ୍ଜନକୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲା । ପରେ  ଡାକ୍ତର ପଚରା ଉଚୁରା କରିବାରୁ  ଚିତ୍ତରଞ୍ଜନ ମାରାତ୍ମକ ବିଷ ଫୁରାଡନ ଖାଇଥିବା ସ୍ୱୀକାର କରିଥିଲା । କ୍ରମେ ଚିକିସ୍ଚା ପରେ ଅବସ୍ଥା ସୁଧୁରିବା ପରିବର୍ତେ  ସଂକଟାପନ୍ନ ହେବାରୁ ଚିତ୍ତ ରଂଜନଙ୍କୁ ଭୁବନେଶ୍ବର  କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏପଟେ ଭାଉଜ ମନି ଜେନାଙ୍କୁ ପୋଲିସ୍ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି ।


Post a Comment

0 Comments