AD

ନ୍ୟାୟ ପାଇଁ ତହସିଲ କାର୍ଯ୍ୟାଳୟରେ ଧାରଣା ରେ ବସିଲେ ଦିନ ମଜୁରିଆ


ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ତହସିଲ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ନ୍ୟାୟ ପାଇଁ ଧାରଣା ରେ ବସିଲେ ଦିନ ମଜୁରିଆ।ସେମାନେ  ନିଜର ହକ୍ ପାଇଁ ତଳ କାର୍ଯ୍ୟାଳୟ ବୁଲିବା ପରେ ଶେଷରେ ବାଧ୍ୟ ହୋଇ ଆଜି ଗୁରୁବାର ନ୍ୟାୟ ପାଇବା ପାଇଁ ତହସିଲ କାର୍ଯ୍ୟାଳୟ ଅଧିକାରୀ ଙ୍କ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି। ଘଟଣା କ୍ରମରେ ଠାକୁରମୁଣ୍ଡା ତହସିଲର ମହୁଲଡିହା ଥାନା ଅନ୍ତର୍ଗତ ଜାମୁନାଳିଆ ଗ୍ରାମର କୈଳାସ ଚନ୍ଦ୍ର ମହାନ୍ତଙ୍କ ସାନପୁଅ ଦାମୋଦର ମହାନ୍ତ ଅତ୍ୟନ୍ତ ଗରିବ ଥିବାରୁ ନିଜ ଘର ପାଖରେ ଥିବା ଏକ ସରକାରୀ ଜମିରେ ପୁର୍ବପୁରୁଷ ରୁ ଧାନ ଚାଷ କରି ଆସୁଥିଲେ।୨୦୧୭ ମସିହାରେ ନିଜର ବଡବାପା ପୁଅ ମାନଙ୍କ ସହିତ ସେହି ଜମିରେ ଚାଷ ସମ୍ବନ୍ଧୀୟ ଝଗଡ଼ା ହୋଇଥିଲା।ପରେ ଦୁଇ ପକ୍ଷଙ୍କ ସମେତ ଗ୍ରାମର ଭଦ୍ରବ୍ୟକ୍ତି ଏବଂ ତତ୍କାଳୀନ ମହୁଲଡିହା ଥାନା ଅଧିକାରୀ ଙ୍କ ଉପସ୍ଥିତି ରେ ଲିଖିତ ସମାଧାନ ହୋଇଥିଲା। ସେହିଦିନଠାରୁ ଦାମୋଦର ମହାନ୍ତ ସେହି ଚାଷ ଜମିରେ ଚାଷ କରିଆସୁଥିଲେ।ଏ ବର୍ଷ ମଧ୍ୟ ସେହି ଜମିରେ ଦାମୋଦର ଧାନ ଚାଷ କରିଥିଲେ। କିନ୍ତୁ ଦାମୋଦର ଏବଂ ତାଙ୍କ ସ୍ତ୍ରୀ ସାରଥି ମହାନ୍ତ ଦାଦନ ଖଟିବାକୁ ଡ଼ୁବୁରୀ ଯାଇଥିବା ବେଳେ ନଭେମ୍ବର ତାରିଖ ମଙ୍ଗଳବାର ଦିନ ତାଙ୍କର ବଡବାପା ସ୍ଵର୍ଗତ କାଶୀନାଥ ମହାନ୍ତଙ୍କ  ପୁଅ ମହେଶ୍ୱର ମହାନ୍ତ, ଦୈାତାରୀ ମହାନ୍ତ, ଧନୁର୍ଜୟ ମହାନ୍ତ, ରବିନ୍ଦ୍ର ମହାନ୍ତ, ପରମେଶ୍ବର ମହାନ୍ତ ପ୍ରମୁଖ ବିଲରୁ ସମସ୍ତ ଧାନ କୁ କାଟି  ନେଇଯାଇଥିବାର ଦାମୋଦର ଏବଂ ସାରଥି ଅଭିଯୋଗ କରିଛନ୍ତି। ସାରଥି ଏବଂ ଦାମୋଦର ଖବର ପାଇ ଘରକୁ ଆସି ଦେଖିଲା ବେଳକୁ ଚାଷ ବିଲରେ ଧାନ ନାହିଁ। ସାଂଗେ ସାଂଗେ ସେମାନେ ମହୁଲଡିହା ଥାନା ରେ ତାଙ୍କ ବଡବାପା ଙ୍କ ପୁଅ ମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ। କିନ୍ତୁ ଥାନା ଅଧିକାରିଣୀ ସେମାନଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ନ ନେଇ ସାରଥୀ ଏବଂ ଦାମୋଦର କୁ ଗାଳି ଗୁଲଜ କରି ଫେରାର ଦେଇଥିବାର ଅଭିଯୋଗ କରିଛନ୍ତି। ଶେଷରେ ବାଧ୍ୟ ହୋଇ ଗୁରୁବାର ମଧ୍ୟାହ୍ନ ଘଟିକା ଠାରୁ ୫ଘଟିକା ପର୍ଯ୍ୟନ୍ତ ଠାକୁରମୁଣ୍ଡା ତହସିଲ ଫାଟକ ସମ୍ମୁଖରେ ନ୍ୟାୟ ପାଇବା ଆଶାରେ ଧାରଣା ରେ ବସି ରହିଥିଲେ ସାରଥୀ ଏବଂ ଦାମୋଦର। ଖବର ପାଇ ମହୁଲଡିହା ଥାନା ଅଧିକାରିଣୀ ରଞ୍ଜୁ ହାସିନ୍ କୁଲୁ ତହସିଲ କାର୍ଯ୍ୟାଳୟ ରେ ପହଞ୍ଚି ସେମାନଙ୍କ ସହ ବିଚାର ବିମର୍ଶ କରିବା ସହ ଠାକୁରମୁଣ୍ଡା ତହସିଲଦାର ଶୁଶ୍ରୀ ସୁପ୍ରିୟା ଙ୍କ ସହ ଆଲୋଚନା କରି ସେମାନଙ୍କୁ ନ୍ୟାୟ ଦେବାରେ ସୁବ୍ୟବସ୍ଥା କରାଇବେ ।ଅପର ପକ୍ଷକୁ ୧୦୭ ଦଫା ଜୋରିମାନା କରିବେ ବୋଲି ବୋଲି ପ୍ରତିଶୃତି ଦେଇଥିଲେ ।ଏହି ସମ୍ବଧରେ ମହୁଲଡିହା ଥାନା ଅଧିକାରୀଣୀ ସାତକୋଶିଆ ଆର ଆଇ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ


 

Post a Comment

0 Comments