AD

ଯଶିପୁର ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ || Forced occupation eviction by Yashipur administration

Forced occupation eviction by Yashipur administration

ମୟୂରଭଞ୍ଜଜିଲ୍ଲା ଯଶିପୁର ରେ ଗତକାଲି  ପୋଲିସ ପ୍ରଶାସନ ଦ୍ବାରା ଜବର ଦଖଲ ଉଚ୍ଛେଦ କରାଯାଇଥିଲା ତେବେ ସରକାର ଙ୍କ ନିର୍ଦ୍ଦେଶ କ୍ରମେ  ଯଶିପୁର ତହସିଲଦାର ରତନଲାଲ ମୁଣ୍ଡା, SDPO ସୁଦର୍ଶନ ଗାଙ୍ଗଇ, ଯଶିପୁର ଥାନା ଅଧିକାରୀ ପଞ୍ଚାନନ ମହାନ୍ତି ପ୍ରମୁଖ ପୋଲିସ ଫୋର୍ସ ସଦଳ ବଳେ ପହଞ୍ଚି  ଯଶିପୁର ଅନ୍ୱେଷା ସେଣ୍ଟର, ହାଇସ୍କୁଲ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସ , ନୁର୍ତନ କୋର୍ଟ ନିର୍ମିତ ହେବାକୁ ହେବାକୁ ଯାଉଥିବା  କାଳୀ ମନ୍ଦିର ସାହି ରେ ଜଵର ଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିଲା ସେହିପରି ପରିବା ମାର୍କେଟ ସମ୍ମୁଖ ଡାକ୍ତରଖାନା ଉଭୟ ପାର୍ଶ ରେଥିବା  ଅସ୍ଥାୟୀ ଦୋକାନ ସଵୁ ଉଛେଦ କରାଯିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ତେବେ ଦୋକାନୀ  ବ୍ୟବସାୟୀ ଉଛେଦ ଦ୍ୱାରା ରୋଜଗାର ହରାଇବା ଏବଂ ଏହି ବ୍ୟବସାୟ ଉପରେ ଭରସା କରି ନିଜର ପରିବାର ପସଣ କରୁଥିବା ତାସହିତ ଆଉ କିଛି ଲୋକମାନେ ବାସହରା ହୋଇ ଏହି ଥଣ୍ଡା ଦିନରେ ନିଜର ପିଲା ମାନଙ୍କୁ ନେଇ କୋଉଠି ଆଶ୍ରୟ ନେବେ ତା ଉପରେ ମଧ୍ୟ ପ୍ରଶ୍ନ |ତେବେ ଉଛେଦ ନେଇ  ଏବେ ବ୍ୟସାୟୀ ମାନଙ୍କ ଚିନ୍ତା ବିଷୟ ପାଲଟି ଯାଇଛି | ଉଛେଦ ହେବା ସମୟରେ ଲୋକ ଏବଂ ପ୍ରଶାସନ ମଧ୍ୟରେ କିଛି ସମୟ ଚାପଉତ୍ତେଜନା ଦେଖିବାକୁ ମିଳିଥିଲା |ତେବେ ଏନେଇ ବାସହରା ହୋଇଥିବା ଏବଂ ବ୍ୟସାୟ ଉପରେ ଭରସା କରି ନିଜର ପରିବାର ପସଣ କରୁଥିବାଙ୍କୁ ତୁରନ୍ତ ସ୍ଥାୟୀ ଥଇଥାନ କରାଯିବା କୁ ସାଧାରଣ ରେ ଦାବି ହୋଇଛି।

Post a Comment

0 Comments