AD

ପଥ ମହୋତ୍ସବ ୨୦୨୨, ମୁରୁଜ ରେ ମୋ ଜଗନ୍ନାଥ ଉତ୍ସବ ପାଳିତ ।| pathamahostva 2022 at rairangpur |


ମୟୂଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ରାଆସ ପୂର୍ଣ୍ଣିମା ଅବସରରେ ପଥ ମହୋତ୍ସବ ୨୦୨୨, ମୁରୁଜରେ ମୋ ଜଗନ୍ନାଥ ଉତ୍ସବ ରେ ରଥରେ ମୋ ଜଗନ୍ନାଥ ,ସଂସ୍କୃତି ଗବେଷଣା କେନ୍ଦ୍ର ରାଇଙ୍ଗପୁର ଦ୍ଵାରା ମହା ସମାରୋହ ଆଡ଼ମ୍ବର ସହକାରେ ମୁରୁଜ ଦାଣ୍ଡ ଠାରେ ପାଳିତ ହୋଇଯାଇଛି। ଏଥିରେ ସ୍ଥାନୀୟ ବିଧୟକ ଶ୍ରୀ ନବଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ। ଉତ୍ସବ ରେ ସମ୍ମାନୀୟ ଅତିଥି ଭାବେ ରାଇରଙ୍ଗପୁର ପୌରପାଳିକା ଚେୟାରମେନ ଶ୍ରୀ ଅଭିଷେକ ପଟ୍ଟନାଏକ , ରାଇରଙ୍ଗପୁର ଉପଖଣ୍ଡ ଡି. ଏଫ୍.. ଶ୍ରୀ ନଳିନୀକାନ୍ତ ବେହେରା, ଇଞ୍ଜିନିୟର ରାଧାଶ୍ୟାମ ପାତ୍ର ପ୍ରମୁଖ ଇତ୍ୟାଦି ଯୋଗ ଦେଇଥିଲେ। ଉକ୍ତ ଉତ୍ସବରେ ସଙ୍କୀର୍ତ୍ତନ ନାମଯଜ୍ଞ ହେବା ସହିତ

ରଥ ରେ ମୋ ଜଗନ୍ନାଥ  କାର୍ଯ୍ୟକ୍ରମ ରେ ପ୍ରତି ଗ୍ରୁପ୍ ରେ ୬ଜଣ ଲେଖାଏଁ ସର୍ବମୋଟ ପ୍ରାୟ ୩୭ ଟୀ ଗ୍ରୁପ୍ ରେ ୨୨୨ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରି ନିଜ ନିଜର ଚିତ୍ର ପ୍ରତିଭା ମୁରୁଜ ରେ ଜଗତର ନାଥ ଜଗନ୍ନାଥ, ବଳଭଦ୍ର ମାଆ ଶୁଭଦ୍ରା ଙ୍କ ଫୋଟ ଚିତ୍ର  ରଥ ସହିତ ପ୍ରଦର୍ଶିତ କରିଥଲେ ଗୁଡିକୁ ସମସ୍ତ ପଥ ମହୋତ୍ସବ ସଭ୍ୟ ସଭ୍ୟା ମାନେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ। ପରବର୍ତ୍ତୀ ସମୟରେ କୃତୀ ପ୍ରତିଭା ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରି ସମ୍ମାନିତ କରାଯାଇ ଥିବା ବେଳେ ଆଗାମୀ ବର୍ଷ ରେ କିପରି ଅନେକ ପ୍ରତିଯୋଗୀ ଭାଗ ନେଇ ଏହା ଠାରୁ ଅନେକ ସୁନ୍ଦର ଭାବରେ  ଚିତ୍ର ପ୍ରଦର୍ଶିତ କରିବେ ସେଥିପ୍ରତି ଆଲୋକ ପାତ କରାଯାଇଥିଲା।
 

Post a Comment

0 Comments