AD

ରାଜଧାନୀ ରାସ୍ତାରେ ଉତ୍ପାତ ହେଲେଣି କିନ୍ନର

 


ସଂଜ ନଉଁନଉଁ ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥରେ ଜମୁଛି କିନ୍ନରଙ୍କ ଆଡ଼ା। ରସୁଲଗଡ଼ରୁ ଖଣ୍ଡଗିରି ଖଣ୍ଡଗିରିରୁ ଯାଁଳା, ପଳାସୁଣିରୁ ଉତ୍ତରା ଛକ ଏବଂ ଫୁଲନଖରା ପର୍ଯ୍ୟନ୍ତ କିନ୍ନରମାନଙ୍କ ଡେରା ପଡ଼ୁଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନେ ରାଜପଥ କଡ଼ରେ ଠିଆ ହୋଇ ଆତଙ୍କରାଜ୍ଚଳାଉଥିବା ଅଭିଯୋଗ ହୋଇଆସୁଛି। ଦେହବେପାର ନାଁରେ ଲୁଟ୍ତରାଜ କରୁଛନ୍ତି। ଏମିତିକି ଲୁଟ୍ପାଇଁ ଗାଡ଼ି ଭଙ୍ଗାରୁଜା କରିବା ସହ ଚାଳକମାନଙ୍କୁ ଆକ୍ରମଣ କରିବାକୁ ବି ପଛାଉନାହାନ୍ତି। ଏମିତି ଏକ ଅଭିଯୋଗକ୍ରମେ ଗୁରୁବାର ଦିନ ପାହାଳ ଥାନା ପୁଲିସ ଜଣ କିନ୍ନରଙ୍କୁ ଗିରଫ କରିଛି। ସେମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ଯଶୀପୁରର ଦୀପିକା ମହନ୍ତ, କଟକ ଜିଲ୍ଲା ଟାଙ୍ଗୀର ରିତୁ ସାହୁ ଏବଂ ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳର ଶାନ୍ତି ନାୟକ। ଏମାନେ ସମସ୍ତେ ପୋଖରୀପୁଟ ଅଞ୍ଚଳରେ ଥିବା ଏକ ବସ୍ତିରେ ରହୁଛନ୍ତି।ପୁଲିସ ସୂଚନାନୁସାରେ ଗତକାଲି ସୁଜିତ ସ୍ବାଇଁ ନାମକ ଜଣେ ଟ୍ରକ୍ଚାଳକ କଟକରୁ ଓଲା ଗାଡ଼ି ବୋଝେଇ ଟ୍ରକ୍ନେଇ ପଟିଆସ୍ଥିତ ନିଜ ସଂସ୍ଥାକୁ ଫେରୁଥିଲେ। ହଂସପାଳ କେନାଲ ବନ୍ଧ ନିକଟରେ ସେ ଟ୍ରକ୍ରଖି ଶୌଚ ପାଇଁ କେନାଲକୁ ଯାଇଥିଲେ। ଶୌଚକାମ ସାରି ସେ ଫେରୁଥିବା ବେଳେ ଜଣ କିନ୍ନର ତାଙ୍କ ପାଖକୁ ଆସି ଧମକ ଦେଇଥିଲେ। ତାଙ୍କର ଏକ ସ୍କୁଟିକୁ ଟ୍ରକ୍ଧକ୍କା ଦେଇ ଖସି ଆସିଛି ବୋଲି କହିଥିଲେ। ଆଶ୍ଚର୍ଯ୍ୟ ହୋଇ ସୁଜିତ ଗାଡ଼ି ଧକ୍କା ବିଷୟରେ କିଛି ଜାଣିନାହାନ୍ତି ବୋଲି କହିବାରୁ ସେମାନେ ତାଙ୍କୁ ଗାଳିଗୁଲଜ କରିବା ସହ ଟ୍ରକ୍ସମ୍ମୁଖ କାଚକୁ ବାଡ଼େଇ ଭାଙ୍ଗି ଦେଇଥିଲେ। ସୁଜିତ ପୁଲିସକୁ ଫୋନ୍କରିବାକୁ ବାହାରିବାରୁ ସେମାନେ ମୋବାଇଲ ଫୋନ୍କୁ ଛଡ଼ାଇ ନେଇଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇ ପିସିଆର୍ଭ୍ୟାନ୍ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଥାନାକୁ ନେଇଥିଲା। ଏନେଇ ସୁଜିତ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପାହାଳ ଥାନା ପୁଲିସ ମାମଲା ରୁଜୁ କରି ସମସ୍ତଙ୍କୁ ଗୁରୁବାର ଦିନ କୋର୍ଟ ଚାଲାଣ କରିଛି। ଏନେଇ ଆଇଆଇସି ସୁଚିତ୍ରା ପରିଡ଼ାଙ୍କ କହିବା କଥା ଏଠାକୁ ଆସିବାକୁ ବାରମ୍ବାର କିନ୍ନରମାନଙ୍କୁ ଚେତାବନୀ ଦେବା ପରେ ମଧ୍ୟ ସେମାନେ ଶୁଣୁନାହାନ୍ତି। ତେବେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ଅଭିଯୋଗ ହେଲେ, ପୁଲିସ କାର୍ଯ୍ୟାନୁଷ୍ଠାନ ନେଉଛି। ଯେଉଁଠି କିନ୍ନରମାନଙ୍କ ଆଡ଼ା ଜମୁଛି, ସେଠି ପାଟ୍ରୋଲିଂ କଡ଼ାକଡ଼ି କରାଯାଉଛି।

ଏହି ସମସ୍ୟା ଏବେ ରାଜଧାନୀର ପ୍ରାୟ ସବୁଆଡ଼େ ଦେଖିବାକୁ ମିଳୁଛି। କଟକରୋଡ୍ସତ୍ୟନଗର ଓଭରବ୍ରିଜ୍ ତଳୁ ଆରମ୍ଭ କରି ବମିଖାଲ, ରସୁଲଗଡ଼, ପଳାସୁଣି, ସତ୍ୟବିହାର, ହଂସପାଳ, ପାହାଳ, ନଖରା ଆଦି ଛକର ଉଭୟ ପାର୍ଶ୍ବରେ ଶହଶହ ସଂଖ୍ୟାରେ କିନ୍ନର ଠିଆହେଉଛନ୍ତି। ଗାଡ଼ି ଚାଳକମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି। ଯେଉଁମାନେ ପ୍ରଲୋଭିତ ହେଉଛନ୍ତି, ସେମାନେ ପରେ ଫସୁଛନ୍ତି। କିନ୍ନରମାନେ ପାଲରେ ପକାଇ ଲୁଟ୍ପାଟ କରୁଛନ୍ତି। ଲୁଟ୍ ଶିକାର ହେବା ପରେ ସେମାନେ ଲୋକଲଜ୍ଜା ଡରରେ କାନମୁଣ୍ଡା ଆଉଁସି ନିରବରେ ମୁହଁ ଲୁଚାଇ ପଳାଉଛନ୍ତି। ତେଣୁ ସବୁ ଅଭିଯୋଗ ପୁଲିସ ନିକଟରେ ପହଞ୍ଚି ପାରୁନାହିଁ।


Post a Comment

0 Comments