AD

ସ୍ତ୍ରୀ କୁ ପିଟି ଗୁରୁତର କଲା ସ୍ୱାମୀ


 ଠାକୁରମୁଣ୍ଡା ଥାନା ତରାମରା ଗ୍ରାମ ଦରଦରା ସାହିରେ ସ୍ତ୍ରୀକୁ ପିଟି ଗୁରୁତର କରିଥିବା ସାଧାରଣରେ ଆଲୋଡନ ସୃଷ୍ଟି କରିଛି l ସ୍ୱାମୀ ସୁକିଆ ନାଏକ ସ୍ତ୍ରୀ ପ୍ରମିଳା (60) କୁ ପିଟି ରାସ୍ତାରେ ପକାଇଥିବା ବେଳେ ଅଗ୍ନିଶମ ବିଭାଗ ଖବର ପାଇ ଉଦ୍ଧାର କରିଛି l ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ କରଞ୍ଜିଆ କିମ୍ବା ଆନନ୍ଦପୁର ସ୍ଥାନାନ୍ତର କରାଯିବ ବୋଲି ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ l ତରାମରା ଗ୍ରାମପଞ୍ଚାୟତ ସରପଞ୍ଚ ବ୍ରହ୍ମାନନ୍ଦ ଦେହୁରୀ ଆହତଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେଇଥିବା ଦେଖିବାକୁ ମିଳିଥିଲା l ଡାକ୍ତରଖାନା ଖବର ଆଧାରରେ ଠାକୁରମୁଣ୍ଡା ଥାନା ଏକ ମୋକଦ୍ଦମା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଛି l ତେବେ ଅପରାହ୍ନରେ ନିଶା ଖାଇବାକୁ ଆସି ଫେରିବା ବାଟରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା

Post a Comment

0 Comments