AD

ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକର ପାର୍କିଂ ନଥିବା ଅଭିଯୋଗରେ ମହାନଗର ନିଗମ ମୋଟା ଅଙ୍କରେ ଜରିମନା ଆଦାୟ


ବ୍ରହ୍ମପୁର ସହରର କିଛି ହାତ ଗଣତି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକର ପାର୍କିଂ ନଥିବା ଅଭିଯୋଗରେ ମହାନଗର ନିଗମ ମୋଟା ଅଙ୍କରେ ଜରିମୂନା ଆଦାୟ କରିଛି!

ପ୍ରଶ୍ନ ହେଉଛି  ସହରରେ ଅନେଶ୍ୱତ ଭାଗ ବ୍ୟବସାୟିକ ପ୍ରତିଷ୍ଠାନରେ ପାର୍କିଂ ବ୍ୟବସ୍ଥା ନଥିବା ବେଳେ କିଛି ହାତଗଣତି ବ୍ୟବସାୟୀଙ୍କୁ ଟାରର୍ଗେଟ କରିବା କାରଣ କଣ?

ଶାସକ ଦଳର କିଛି ନେତା ଙ୍କ ବୋଲ ମାନୁ ନଥିବା ଦୋକାନକୁ ହିଁ ଟାରର୍ଗେଟ କରାଯାଉଛି, ଏହା ସତ କି?

ଏକ ହଜାରରୁ ଉର୍ଦ୍ଧ ଦୋକାନଗୃହ କରି ଭଡାରେ ଦେଇଥିବା ମହାନଗର ନିଗମ ଦୋକାନଗୃହ ଗୁଡିକରେ ପାର୍କିଂ ଅଛି କି?

ବର୍ଷବର୍ଷ ଧରି ବ୍ୟବସାୟ କରି ଆସୁଥିବା ଏହି ଦୋକାନୀ ଗୁଡିକରେ ପାର୍କିଂ ନଥିବା କଥା ବି ଡି କିମ୍ବା ନିଗମ ଅଧିକାରୀ କାହିଁକି ଜାଣି ପାରୁନଥିଲେ?

ନୂଆ ବସଷ୍ଟାଣ୍ଡ ରେ ଥିବା  ବି ଡି ଦୋକାନ ଗୁଡିକରେ  ପାର୍କିଙ୍ଗ ବ୍ୟବସ୍ଥା ଅଛିକି. ସେମାନଙ୍କୁ କାହିଁକି ପଡ଼ିନଥିଲା  ଫାଇନ. ମୟୂରୀ ଟାୱାର   ପାର୍କିଙ୍ଗ ବ୍ୟବସ୍ଥା ଅଛିକି. ଶ୍ରୀ ଟାୱାର ରେ ଅଛିକି ପର୍କିଙ୍ଗ ବ୍ୟବସ୍ଥା . ଏମିତି ଅନେକ ବଡ଼ବଡ଼  ବ୍ୟବସାୟିକ ପ୍ରତିଷ୍ଠାନ ଯେଉଁମାନଙ୍କର  ନାହିଁ ପାର୍କିଙ୍ଗ ବ୍ୟବସ୍ଥା. ତେବେ ସେମାନଙ୍କୁ ପଡିବ ନା ନାହିଁ fine. ସେମାନଙ୍କ ପାଖରେ  କେଉଁଦିନ ପହଁଚିବେ  ବି ଏମ ସି ଟିମ



 

Post a Comment

0 Comments