AD

ସୀମାନ୍ତ ମହାବିଦ୍ୟାଳୟରେ ଲାଖ ବିନ୍ଧା ପ୍ରତିଯୋଗିତା


ମୟୂରଞ୍ଜ ଜିଲ୍ଲା ସାରସକଣା ବ୍ଳକ୍ ଅନ୍ତର୍ଗତ ସୀମାନ୍ତ ମହାବିଦ୍ୟାଳୟ ପରିସରରେ ସୀମାନ୍ତ ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ମହାରାଜା ଶ୍ରୀ ରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵ ବିଦ୍ୟାଳୟ ଆନୁକୁଲ୍ୟରେ ଏକଦିବସିୟ ଆନ୍ତଃ ମହାବିଦ୍ୟାଳୟ ସ୍ଥରୀୟ ଲାଖବିନ୍ଧା ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି।ଉକ୍ତ ପ୍ରତିଯୋଗୀତାକୁ ମହା ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ନଳିନୀ ରଞ୍ଜନ ସେନାପତି ,ଡ଼ଃ ଦେବଦତ୍ତ ମହାନ୍ତି ଓ ଡ଼ଃ ବୁଦ୍ଧଦେବ କର ଯୋଗ ଦେଇ ବିଶ୍ୱ ବିଦ୍ୟାଳୟ  ଓ ସୀମାନ୍ତ ମହାବିଦ୍ୟାଳୟ  କ୍ରୀଡା ପତାକା କୁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଚାରପତି ଭାବେ ହୃଷିକେଶ ସାର,ଧନେଶ୍ୱର ମୁର୍ମୁ,କରୁଣା କର ମହନ୍ତ,ଫାଗୁ ଟୁଡୁ

ସ୍କୋରର ,ଥୋମାସ ମାରାଣ୍ଡି,ଶିଶିର ପଟନାୟକ,ପ୍ରଦ୍ୟୁମ୍ନ ବସା,ନିହାର ରଞ୍ଜନ ମହାନ୍ତ, ମନୀଷା ହେମ୍ବ୍ରମ,ଆଦି ପରିଚାଳନା କରିଥିଲେ।ଏଥିରେ ମୋଟ ୯ ଟି କଲେଜର ପ୍ରତିଯୋଗୀ ମାନେ ଯଥା ଏମ ପି ସି ,ବାରିପଦା ,ବାଇଗଣ ବାଡ଼ିଆ,ଜସିପୁର,ଭଂଜକିଆ,ଜାମଦା, ଶୂଳିଆ ପଦା ଓ ସୀମାନ୍ତ ମହାବିଦ୍ୟାଳୟର ଅଂଶ ଗ୍ରହଣ କରିଥିଲେ ।ସୀମାନ୍ତ ମହାବିଦ୍ୟାଳୟର କ୍ରୀଡ଼ାଶିକ୍ଷକ ଶ୍ରଦ୍ଧାନନ୍ଦ ସାହୁଙ୍କ ତତ୍ୱା ବଧାନରେ

ନିରଜ ମହାନ୍ତ,ବାପୁନ ଘୋଷ,ଶିବ ମହାନ୍ତ,ବାପୁ ସିଂ,ମାନସ,ଆଶୀର୍ବାଦ,ବିଜୁ,ଦୀପତେନ୍ଦୁ ପ୍ରଭୁତି ସାହାଯ୍ୟ କରିଥିଲେ।ଏଥିରେ ଦଳଗତ ଭାବେ ସୀମାନ୍ତ ମହାବିଦ୍ୟାଳୟ ଝାରପୋଖରିଆ ପ୍ରଥମ ହୋଇଥିବାବେଳେ,ବାରିପଦା କଲେଜ ବାରିପଦା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।ବ୍ୟକ୍ତିଗତ ଭାବେ ବାଳକ ବିଭାଗରେ ଅଭିରାମ ପଲେଇଆ ପ୍ରଥମ,ଝାଗୁଡୁ ମାଝି ଦ୍ୱିତୀୟ,କାର୍ତିକ ସୋରେନ ତୃତୀୟ ସ୍ଥାନ,ବାଳିକା ବିଭାଗରେ ମଞ୍ଜୁ ଲତା ହେମ୍ବ୍ରମ ପ୍ରଥମ,ଦୁଲାରୀଟୁଡୁ ଦ୍ୱିତୀୟ ଚିତ୍ତା ହଂସଦା ତୃତୀୟ ସ୍ଥାନ ଅଧିକାର କରିଥିଲେ।ପ୍ରକାଶ ଥାଉକି ଏବର୍ଷ ପ୍ରଥମ ଥରପାଇଁ ଲାଖବିନ୍ଧା ପ୍ରତିଯୋଗୀତା ଆୟୋଜନ କରିବାର ଅଧିକାର ସୀମାନ୍ତ ମହାବିଦ୍ୟାଳୟ ପାଇ ସଫଳତା ଲାଭ କରିଥିବାରୁ ଏହାର ଶ୍ରେୟ ଅଧ୍ୟକ୍ଷ ଆଜି ଅଂଶ ଗ୍ରହଣ କରିଥିବା ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଙ୍କୁ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ୍ ଦେଇଛନ୍ତି। 

 

Post a Comment

0 Comments