AD

ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ତମ ଜନ୍ମ ଜୟନ୍ତି ପାଳିତ || 124th birth anniversary of Martyr Laxman Nayak

 

124th birth anniversary of Martyr Laxman Nayak

ସ୍ୱାଧୀନତା ସଂଗ୍ରାମୀ ତଥା ମହାନ ବିପ୍ଳବୀ ଆଦିବାସୀ ଜନନାୟକ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ତମ ଜନ୍ମ ଜୟନ୍ତୀକୁ ରାୟଗଡା ଜିଲ୍ଳା ପ୍ରଶାସନ ତଥା ଜିଲ୍ଳା ସୂଚନା ଲୋକ ସଂପର୍କ ବିଭାଗ ସୈାଜନ୍ୟତାରେ ରାୟଗଡା ସହରର ସ୍ଥାନୀୟ ଶାସ୍ତ୍ରୀ ନଗର ଛକ ଠାରେ ଥିବା ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତି ନିକଟରେ ଜିଲ୍ଳାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଂଜଳି ଞାପନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି,ରାୟଗଡା ନଗର ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ,ପିଏ- ଆଇଟିଡିଏ ପଦ୍ମଚରଣ ନାୟକ,ଜିଲ୍ଳା ସଂସ୍କୃତି ଅଧିକାରୀ ସୁଶ୍ରୀ ସଶ୍ମିତା ବାଉରୀ,ଜିଲ୍ଳା କ୍ରୀଡା ଅଧିକାରୀ ଶେଖ୍ ଅଲିନୁର,ବରିଷ୍ଠ ନାଗରିକ କଲ୍ୟାଣ ସଂଘ ସଭାପତି ବିନୋଦଚନ୍ଦ୍ର ପଣ୍ଡା,ଜଳନ୍ଧର ପୁଶିକା,ଜଗନ୍ନାଥ ପ୍ରସାଦ ରାଇଗୁରୁ,ଶିକ୍ଷାବିତ୍ ଡଃ.ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ସମେତ ଶାସ୍ତ୍ରୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆରଏସଇଡବ୍ଳ୍ୟୁସି ହାଇସ୍କୁଲର ଛାତ୍ରଛାତ୍ରୀ ଶିକ୍ଷକଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ସ୍ୱାଧୀନତା ସଂଗ୍ରାମୀ ବୀରପୁତ୍ର ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଂଜଳି ଞାପନ କରାଯାଇ ଶହୀଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତିଚାରଣ କରିଥିଲେ ଜିଲ୍ଳା ସୂଚନା ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟାଳୟର କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ଏହି ଜୟନ୍ତି ପାଳନ ଅବସରରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ଶର୍ମା ପୁରସ୍କାର ବିତରଣ କରିଥିଲେ ସେହିପରି ବାସସେଫ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଶହୀନ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତି ପାଳନ କରାଯାଇ ଶହୀଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତିଚାରଣ କରାଯାଇଥିଲା



Post a Comment

0 Comments