AD

ପ୍ରଶାସନ କୁ ଅଭିଯୋଗ କରି କରି ଥକିଲେ ଗ୍ରାମ ବାସୀ ନିଜେ କରିଲେ ନିଜ ଗାଁ ରାସ୍ତା || Tired of complaining to the administration, the villagers built their village roads themselves

 

Tired of complaining to the administration, the villagers built their village roads themselves

ରାଜ୍ୟ ସରକାର ଗ୍ରାମ ଅଂଚଳ ରେ ବିକାଶ କରିବା ପାଇଁ କୋଟି କୋଟି ଟଙ୍କା ମଞ୍ଜୁର କରୁଛନ୍ତି, ଆଉ ସେଇ ବିକାଶ କୁ ଘରେ ଘରେ ପହଞ୍ଚାଇବା ପାଇଁ ଜନ ସଂପର୍କ ପଦଯାତ୍ରା ମାଧ୍ୟମ ରେ ପ୍ରଚାର କରୁଛନ୍ତି ହେଲେ ତାହା ଘରେ ଘରେ ପହଞ୍ଚି ଅଧାରେ ରହୁଛି ଯାହା ଦ୍ୱାରା ଏବେ ମଧ୍ଯ ଲୋକେ ଅଭିଯୋଗ ପତ୍ର ଶହ ଗୁହାରି କଲେ ମଧ୍ୟ ବ୍ଲକ୍ ପ୍ରଶାସନ , ଜିଲ୍ଲା ପ୍ରଶାସନ କେହି କର୍ଣ୍ଣପାତ କରୁନାହାନ୍ତି ଯାହା ଦ୍ୱାରା ଗ୍ରାମ କୁ ରାସ୍ତା ଖଣ୍ଡେ ନିର୍ମାଣ ହୋଇପାରୁନି , ଲୋକେ ଘର ଖଣ୍ଡେ ନିର୍ମାଣ କରିପରୁନାହାନ୍ତି | ଗଜପତି ଜିଲ୍ଲା ମୋହନା ବ୍ଲକ ଠାରୁ ମାତ୍ର 6କିମି ଦୂର ରେ ଅବସ୍ଥିତ କର୍ଚ୍ଚବାଡି ପଂଚାୟତ ପାହାଡ଼ ପାଦଦେଶରେ ଅବସ୍ଥିତ ଥିବା ଗ୍ରାମ ଡଙ୍ଗରୀଗାଁ ଗାଁ କୁ ଯିବାକୁ ହେଲେ ଜାତୀୟ ରାଜପଥ 326ରୁ ବି ରାଇସିଂଙ୍ଗି ଛକ ପଜନ୍ତ ଯାନବାହାନ ଯାତାୟାତ କରେ ସେଠାରୁ 3କିମି ରାସ୍ତା ନଥିବାରୁ ଗ୍ରାମ ବାସୀ ପାହାଡିଆ ପଥର ଦେଇ ପାଦ ଚଲା ରାସ୍ତା ରେ ବିପଦ ସଙ୍କୁଳ ଅବସ୍ଥା ରେ ଯିବାକୁ ପଡୁଛି ଗ୍ରାମ ରେ 30ପରିବାର ରହୁଥିବା ବେଳେ ଲୋକ ସଂଖ୍ୟା ଦୁଇଶହ ରୁ ଉର୍ଦ୍ଧ୍ବ ଗ୍ରାମ ରେ କାହାରି ମଧ୍ଯ ନାହିଁ ପକା ଘର କାରଣ ବାଧକ ସାଜିଛି ରାସ୍ତା ଗତ 2019/20ରେ ଗ୍ରାମ ରେ ପକା ଘର ନିର୍ମାଣ ପାଇଁ 14ଜଣଙ୍କ ନାମ ତାଲିକା ରେ ଆସିଥିଲା ହେଲେ ରାସ୍ତା ନଥିବାରୁ ଗାଁ କୁ ଘର ନିର୍ମାଣ ପାଇଁ ସାମଗ୍ରୀ ପହଞ୍ଚି ବାରୁ ଲୋକେ ଘର ନିର୍ମାଣ କରିପାରିନାହାନ୍ତି ଖାଲି ସେତିକି ନୁହେଁ ଗ୍ରାମ ରେ ଗୋଟିଏ ମଧ୍ଯ ନଳକୂପ ଖନ୍ଦନ ହୋଇପାରିନି ଯାହା ଦ୍ୱାରା ପାହାଡ଼ ଝରଣା ପାଣି ହିଁ ତାଙ୍କ ଭରଷା ଖରା ଦିନେ ବହୁ ଦୁଃଖ କଷ୍ଟ ରେ ଜୀବନ ଜୀବିକା କରିବାକୁ ପଡେ ଗାଁ ରୁ ଦୁଇ କିମି ଚାଲି ଚାଲି ପାଠ ପଢିବା ପାଇଁ ଛାତ୍ର ଛାତ୍ରୀ ଯାନ୍ତି ବି ରାଇସିଂଙ୍ଗି ଗ୍ରାମ କୁ ରାସ୍ତା ନଥିବାରୁ ଗର୍ଭବତୀ ମହିଳା ହେଉ କିମ୍ୱା କୋଣଶି ରୋଗୀ କୁ ଭାର କରି ତିନି କିମି ଆସିବା ପରେ ଆମ୍ବୁଲାନ୍ସ ସେବା ମିଳି ଥାଏ ଏପରିକି ଶିଶୁ ମାନଙ୍କୁ ଟୀକା ନେବକୁ ହେଲେ ଦୁଇ କିମି ଚାଲିବାକୁ ପଡେ ଆଉ ଭତା କିମ୍ୱା ଚାଉଳ ଆଣିବାକୁ ହେଲେ ତିନି କିମି ଚାଲିବା ପରେ ଯାନବାହାନ ମିଳିଥାଏ ପଂଚାୟତ କୁ ଯିବାକୁ ଉକ୍ତ ରାସ୍ତା ନିର୍ମାଣ ପାଇଁ ଗ୍ରାମ ବାସୀ ମୋହନା ବିଡିଓ ଙ୍କୁ ବହୁ ବାର ଅଭିଯୋଗ ଦେଇଛନ୍ତି କିନ୍ତୁ ଶୁଣିବାରୁ ଉପ ଜିଲ୍ଲାପାଳ ମଲିପଦର ଗସ୍ତ ସମୟ ରେ ମଧ୍ଯ ଦାବୀ ପତ୍ର ପ୍ରଦାନ କରିଛନ୍ତି ଏହା ଶହ ଅନେକ ଥର ଜିଲ୍ଲା ପ୍ରଶାସନ କୁ ଲିଖିତ ଅଭିଯୋଗ ଦେଇଥିଲେ ମଧ୍ଯ କେହି କର୍ଣ୍ଣପାତ କରୁନାହାନ୍ତି ଯାହା ଦ୍ୱାରା ଗ୍ରାମ ବାସୀ ଏକ ହୋଈ ନିଜ ଗ୍ରାମ ରାସ୍ତା ମରାମତି କରିଥିବା ଦେଖିବାକୁ ମେଳୀଛି ଗ୍ରାମ ବାସୀ ଙ୍କ ଅନୁରୋଧ ରାଜ୍ୟ ସରକାର ତୁରନ୍ତ ଆମ୍ ଗ୍ରାମ କୁ ରାସ୍ତା ଖଣ୍ଡେ ନିର୍ମାଣ କରିଲେ ଆମେ ଉପକୃତ ହେବୁ ଯୋଦି ଗୁହାରି ଶୁଣିଲେ ବ୍ଲକ୍ କାର୍ଯ୍ୟଳୟ ରେ ଧାରଣା ଦେବୁ ବୋଲି ଗ୍ରାମ ବାସୀ କହିଛନ୍ତି


Post a Comment

0 Comments