AD

ହିନ୍ଦୀରେ ରିଲିଜ ହେବ 'ଦମନ' | ODIA MOVIE DAMAN NEWS | ODISHA MOVIE DAMAN

 

Daman' to release in Hindi

ଅବିଶ୍ୱାସନୀୟ ଭାବେ ଓଡିଆ ଫିଲ୍ମ ଦମନ ସଫଳତା ଅର୍ଜନ କରିଛି। କେବଳ ଓଡିଶା ନୁହଁ, ରାଜ୍ୟ ଦେଶ ବାହାରେ ଫିଲ୍ମ ଦମନକୁ ନେଇ ଚର୍ଚ୍ଚା ଚାଲିଛି। ଏହାରି ମଧ୍ୟରେ ଏକ ଖୁସି ଖବର ଆସିଛି। ଫିଲ୍ମ ଏବେ ହିନ୍ଦୀରେ ଡବ୍ ହେବ। ଏଥିପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଫିଲ୍ମର ଡବିଂ ପାଇଁ ଅଭିନେତା ବାବୁଶାନ ମହାନ୍ତି ମୁମ୍ବାଇ ପହଞ୍ଚିଛନ୍ତି। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, 'ଦମନ' ହିନ୍ଦୀରେ ଆସିବ। ଗୀତ ଗୁଡିକ ମଧ୍ୟ ହିନ୍ଦୀରେ ହେବ କିନ୍ତୁ ସ୍ଥାନୀୟ ଭାଷାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଫିଲ୍ମ ପଲିସ୍ କରାଯିବ ଯେଉଁଠି ଆବଶ୍ୟକ, ସେଇଠି ଏଡିଟ୍ ହେବ। ତେବେ ସବୁଠୁ ବଡ ପ୍ରଶ୍ନ ହେଉଛି, ଫିଲ୍ମ କେବେ ହିନ୍ଦୀରେ ରିଲିଜ୍ ହେବ? ଦମନର ମେକର୍ସ କିମ୍ବା ଅଭିନେତା ସ୍ପଷ୍ଟ କରିନାହାନ୍ତି କି, ଫିଲ୍ମ କେବେ ହିନ୍ଦୀରେ ଆସିବ। ବର୍ତ୍ତମାନର ସ୍ଥିତି ଦେଖି ଏହା କୁହାଯାଇ ପାରିବ କିନ୍ତୁ ନଭେମ୍ବର ଶେଷ ବେଳକୁ ଟ୍ରେଲର ଡିସେମ୍ବରରେ ମିଡରେ ଫିଲ୍ମ ଆସିପାରେ।


Post a Comment

0 Comments