AD

ଚିଲିକା ଠାରେ ଅଖିଳ ଭାରତୀୟ ଏନ ସି ସି ନୌଚାଳନ ପ୍ରତିଯୋଗିତା ଶିବିର


ଚିଲିକା ଠାରେ ଅଖିଳ ଭାରତୀୟ ଏନ ସି ସି ନୌଚାଳନ ପ୍ରତିଯୋଗିତା ଶିବିର ଭାବେ ଚଳିତ ମାସ ତାରିଖରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଯାଇଛି l ଏହି ଶିବିରରେ ଜାତୀୟ ସ୍ତରରେ ଥିବା ସମସ୍ତ ୧୭ଟି NCC ନିର୍ଦେଶାଳୟ ରୁ ସମୁଦାୟ ୧୦୨ ଜଣ ବାଳକ ବାଳିକା ଭାଗ ନେଇଥିଲେଅନ୍ତର୍ଜାତୀୟ ସମସ୍ତ ନିୟମାବଳୀ କୁ ପାଳନ କରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ମରାଳ ମାଳିନୀ ନୀଲମ୍ବୁ ଚିଲିକା ଜଳରାଶି ରେ କାଳିଜାଇ ନିକଟରେ ସର୍ବମୋଟ ୩୦ ଟି ନୌକା ଦୌଡ଼ ପ୍ରତିଯୋଗିତା ହୋଇ ଉଭୟ ବାଳକ ବାଳିକା NCC କ୍ୟାଡେଟ ମାନଙ୍କ ମଧ୍ୟରୁ ସର୍ବୋତ୍ତମ ଚୟନ ହୋଇଥିଲାଏହି ପ୍ରତିଯୋଗିତାରେ ବାଳିକା NCC କ୍ୟାଡେଟ ବର୍ଗ ରେ ବିହାର ଝାଡ଼ଖଣ୍ଡ ନିର୍ଦେଶାଳୟ ପ୍ରଥମ ଓଡ଼ିଶା ନିର୍ଦେଶାଳୟ ଦ୍ୱିତୀୟ ସ୍ଥାନ ଅଧିଗ୍ରହଣ କରିଥିବା ବେଳେ ବାଳକ NCC କ୍ୟାଡେଟ ବର୍ଗରେ ଓଡ଼ିଶା ତାମିଲନାଡୁ ନିର୍ଦେଶାଳୟ ଯଥାକ୍ରମେ ପ୍ରଥମ ଦ୍ୱିତୀୟ ସ୍ଥାନ ଅଧିଗ୍ରହଣ କରିଥିଲେଏହି ପ୍ରତିଯୋଗିତା ରେ ଓଡ଼ିଶାରୁ ବାଳକ ବର୍ଗ ରେ ସ୍ୱାଧୀନ ରଣାଅଜୟ କିଷାନ ଅମୀୟ ରଞ୍ଜନ ନାୟକ ବାଳିକା ବର୍ଗରେ ଲିନାରାଣୀ ଅଙ୍ଗଦେଵ , ବି ଶାନ୍ତିଲତା ପତ୍ର ଅର୍ପିତା ବେହେରା ଅଂଶ ଗ୍ରହଣ କରିଥିଲେଏହି ପ୍ରତିଯୋଗିତା ଓଡ଼ିଶା NCC ନିର୍ଦେଶାଳୟ ଆନୁକୂଲ୍ୟରେ ଭବାନୀ ପାଟଣା , ନାଭାଲ ୟୁନିଟ NCC ଦ୍ଵାରା ପରିଚାଳିତ ହୋଇଥିଲା l ସମ୍ବଲପୁର NCC ଗ୍ରୁପ କମାଣ୍ଡର କର୍ଣ୍ଣଲ ଅମିତାଭ ରୟ ଭବାନୀପାଟଣା ନାଭାଲ ୟୁନିଟ  NCC କମାଣ ଅଧିକାରି କମାଣ୍ଡର ସୁନୀଲ କୁମାର ବେହେରା ଙ୍କ ନେତୃତ୍ୱରେ ଏହି ଶିବିର ସୁଚାରୁ ରୂପେ ଅନୁଷ୍ଠିତ ହୋଇଯାଇଛିଉଦଯାପନି ଉତ୍ସବରେ ଓଡିଶା NCC ନିର୍ଦେଶାଳୟ ଉପ ନିର୍ଦ୍ଦେଶକ କମୋଡର ସୋମେନ ବାନାର୍ଜୀ ମୁଖ୍ୟ ଅତିଥି NCC ନିର୍ଦେଶାଳୟ ନୂଆଦିଲ୍ଲୀ ରୁ ବ୍ରିଗେଡିୟର ନିଶ୍ଚଳ ସୁଦ ସମାନନୀତ ଅତିଥି ଭାବେ ଯୋଗଦେଇ କୃତିତ୍ୟୁ ଅର୍ଜନ କରିଥିବା ସମସ୍ତ NCC ବାଳକ ବାଳିକା ମାନଙ୍କୁ ସଂମାନିତ କରି ଉତ୍ସାହ ବର୍ଦ୍ଧନ କରିଥିଲେ l ଏହି ପ୍ରତିଯୋଗିତାରେ ଓଡ଼ିଶା ତାମିଲନାଡୁ ନିର୍ଦେଶାଳୟ ଯୁଗ୍ମ ଭାବେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପରବର୍ତ୍ତୀ ସ୍ଥାନରେ ମହାରାଷ୍ଟ୍ର ନିର୍ଦେଶାଳୟ ରହିଥିଲା


Post a Comment

0 Comments