AD

କୁଲଡ଼ିହା ଅଭୟାରଣ୍ୟ ଆଜି ଖୋଲିବ‌ | Kuldiha Sanctuary Opens Today Odisha Wildlife News

 


Baleswar Kuldiha Wildlife Sanctuary Opens
News Odia News Odisha Wildlife News 

ନୀଳଗିରି କୁଲଡ଼ିହା ଅଭୟାରଣ୍ୟ ଖୋଲିବ। ପର୍ଯ୍ୟଟକମାନେ ଏଠାକୁ ଆସି ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇବା ସହ ବିଭିନ୍ନ ପ୍ରକାର ପଶୁପକ୍ଷୀ ଦେଖିବାର ସୁଯୋଗ ପାଇବେ। ଏଥିପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

କୁଲଡ଼ିହା ଅଭୟାରଣ୍ୟ ଭିତରକୁ ଯିବା ପାଇଁ ପର୍ଯ୍ୟଟକଙ୍କୁ ଟିକଟ୍‌ କରିବାକୁ ପଡ଼ିବ। ତେବେ ଏହି ଟିକଟ୍‌ ଅନ୍‌ଲାଇନ୍‌ କିମ୍ବା ସିଧାସଳଖ ନୀଳଗିରି ବନ କାର୍ଯ୍ୟାଳୟରେ କରାଯାଇପାରିବ। ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ କେବଳ ଚାରିଚକିଆ ଗାଡ଼ିରେ ହିଁ ଯାଇପାରିବେ। ଗାଇଡ୍‌ଙ୍କ ବ୍ୟବସ୍ଥା ମଧ୍ୟ ରହିଛି। ଚାହିଁଲେ ସାଙ୍ଗରେ ନେଇପାରିବେ। ମାଂସକୁ ଛାଡ଼ି ଅନ୍ୟ ଖାଦ୍ୟ ସାମଗ୍ରୀ ଓ ପାଣି ଅଭୟାରଣ୍ୟ ଭିତରକୁ ନିଆଯାଇପାରିବ। ଅଭୟାରଣ୍ୟ ଭିତରେ ଖାଦ୍ୟ ମିଳିବ ନାହିଁ। ତେବେ ବିଶ୍ରାମ ପାଇଁ ବିଟ୍‌ ହାଉସ୍‌ ଏବଂ ସେଠାରେ ପିଇବା ପାଣି ସୁବିଧା ରହିଛି। ସାପବଣିଆରେ ସାପ, ଭାଲୁବସାରେ ଭାଲୁ ସହ ବଜ୍ରକାପ୍ତା ସହ ବିଭିନ୍ନ ସ୍ଥାନରେ ନୀଳଗାଈ, ବଳିଆ କୁକୁର, ବେଲରା ମୂଷା, ଠେକୁଆ, କୁଟରା, ଗୟଳ, ମାଙ୍କଡ଼, ବଣ ବିଲେଇ, ବଣ କୁକୁଡ଼ା ସମ୍ବର, ବାର୍‌ହା, ହରିଣ ଆଦି ବନ୍ୟଜନ୍ତୁ ଦେଖିପାରିବେ ପର୍ଯ୍ୟଟକ। ସେହିପରି କୁଲଡ଼ିହା ଅଭୟାରଣ୍ୟରେ ୨୫୦ରୁ ଅଧିକ ପ୍ରଜାତିର ପକ୍ଷୀ ଥିବା ବେ‌େ‌ଳ ସେମାନଙ୍କୁ ମଧ୍ୟ ଦେଖିବାକୁ ମିଳିବ।

Post a Comment

0 Comments