AD

ଧାନ କାଟିବାକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ଭାଲୁ , ଦୁଇ ମହିଳା ଓ ଜଣେ ପୁରୁଷ ଗୁରୁତର। | Bear Attack |


କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଅନ୍ତର୍ଗତ ଦେ ଗାଁ ପଞ୍ଚାୟତ ର ଜାମଜୋର ଗାଁର କିଛି ମହିଳା ଧାନ କାଟିବାକୁ ବିଲ କୁ ଯାଇଥିଲେ । ହଠାତ ନିକଟସ୍ଥ ଜଙ୍ଗଲରୁ ଏକ ଭାଲୁ ଦୌଡି ଆସି ପୁରୁଷ ଓ ମହିଳା ମାନଙ୍କୁ ଆକ୍ରମଣ କରିଥିଲା । ଭାଲୁ କୁ ଦେଖି ଭୟରେ ସମସ୍ତେ ଜୀବନ ବଞ୍ଚାଇବାକୁ ଦୌଡି ଚାଲି ଯାଇଥିଲେ । ହେଲେ ଜାମଜୋର ଗ୍ରାମର ଜଣେ ସୁମିତ୍ରା ଗୌଡ ନାମ୍ନୀ ଜଣେ ମହିଳା ଭାଲୁ ହାବୁଡରେ ପଡିଯାଇଥିଲେ । ଭାଲୁ ମହିଳାଙ୍କ ମୁହଁ ରେ ଆକ୍ରମଣ କରୁଥିବା ବେଳେ ଆଉ ଜଣେ ମହିଳା ବଞ୍ଚାଇବାକୁ ଯିବା ବେଳେ ମହିଳାଙ୍କୁ ମଧ୍ଯ ଆକ୍ରମଣ କରି ଆହତ କରିଥିଲା । ପରେ ଭାଲୁ ଟି ଜଙ୍ଗଲ ଆଡକୁ ଚାଲି ଯାଇଥିଲା । ଧାନ କାଟିବାକୁ ଯାଇଥିବା ଅନ୍ୟ ସଦସ୍ୟ ଓ  ସ୍ଥାନୀୟ ଲୋକେ ଦୁଇ ମହିଳାଙ୍କୁ ଉଦ୍ଧାର କରି ତୁରନ୍ତ 108 ଯୋଗେ ଭବାନୀପାଟଣା ମୁଖ୍ଯ ଚିକିତ୍ସାଳୟକୁ ପଠାଇଥିଲେ ହେଲେ ସୁମିତ୍ରା ଗୌଡ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତର କରିଥିବା ଜଣାପଡିଛି ।
 

Post a Comment

0 Comments