AD

ଜୁଆ ଆଡ୍ଡାରେ ଚଢ଼ାଉ କରି ଚାରି ମହିଳା ଏବଂ ଚାରି ପୁରୁଷଙ୍କୁ ଗିରଫ କରିବା ସହ ନଗଦ 82,700 ଟଙ୍କା ଜବତ କଲା ବେଲଗୁଣ୍ଠା ପୋଲିସ୍


 ଵ୍ରହ୍ମପୁର, 08/11, ପୁରୁଷ ମାନେ ଜୁଆ ଖେଳିଲେ ମହିଳା ବା  ବାପା ମା ମାନେ ବିରୋଧ କରିଥାନ୍ତି    କିନ୍ତୁ ଏଠାରେ ମହିଳା ମାନେ ନିଜେ ଜୁଆ ଖେଳିବା ସହ ନିଜ ସ୍ୱାମୀ ମାନଙ୍କୁ ବି ଜୁଆ ଖେଳିବା ପାଇଁ ବାଧ୍ୟ କରୁଛନ୍ତି ଜୁଆ ଖେଳି କମ ଦିନରେ କୋଟିପତି ହେବାର ସ୍ୱପ୍ନ ଏହି ମହିଳା ମାନଙ୍କ ନିଶା ଘାରିଛି ନେଇ ଗଂଜାମ ଜିଲ୍ଲା ବେଲଗୁଣ୍ଠା ପୋଲିସ୍ ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି ବଡ଼ ଧରଣର ଅର୍ଥ ରାଶି ସହିତ ଚାରି ମହିଳା ଏବଂ ଚାରି ପୁରୁଷ ଜୁଆଡିଙ୍କୁ ଗିରଫ କରିଥିବା ସୁଚନା ମିଳିଛି I ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ସୂଚନା ପ୍ରକାରେ ଆଜି ସକାଳ ଦଶ ଘଣ୍ଟା ସମୟରେ ପୋଲିସ୍ ପାଟ୍ରୋଲିଂ କରୁ୍ଥିବା ବେଳେ ବେଲଗୁଣ୍ଠା ଗୋପୀନାଥ ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ଚାରି ଜଣ ମହିଳା ଏବଂ ଚାରିଜଣ ପୁରୁଷ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ 82,700 ଟଙ୍କା , ଛଅଟି ମୋବାଇଲ୍ ଫୋନ୍ ଏବଂ ଦୁଇ ସେଟ୍ ତାସ୍ ଜବତ କରିଥିଲା I ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ବେଲଗୁଣ୍ଠା ଗୋପୀନାଥ ସାହିର ତପନ ନାୟକ (40),ସାବିତ୍ରି ନାୟକ (35),ଗୋଲାସାହିର ଶିବ ପ୍ରସାଦ ପାତ୍ର (35),ହାଟପଦାର ବିଘ୍ନରାଜ ଆଚାର୍ଯ୍ୟ (43),କହ୍ନେଇ ସାହୁ (35),ରେଡୀକା ସାହିର ତମ୍ବାଳ ରେଡ଼ୀ (50),କେଉଟ ସାହିର କାନ୍ତା ରେଡ଼ୀ (60)ଏବଂ ଲକ୍ଷ୍ମୀ ବେହେରା (30) I ଏନେଇ ବେଲଗୁଣ୍ଠା ଥାନାରେ 354/22 ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି I

Post a Comment

0 Comments