AD

ଭାରତର ବୈଦେଶିକ ନୀତିକୁ ପ୍ରଶଂସା କଲେ ରାଷ୍ଟ୍ରପତି ପୁଟିନ୍


         ଗୁରୁବାର ଦିନଭାଲଡାଇ ଡିସ୍କସନ୍କ୍ଲବ୍‌’ରେ ବାର୍ଷିକ ଉଦ୍ବୋଧନରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ପୁଟିନ୍ଭାରତର ବୈଦେଶିକ ନୀତିକୁ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ମହାନ୍ଦେଶପ୍ରେମୀ ବୋଲି କହିଛନ୍ତି।

        ତାଙ୍କ ବକ୍ତବ୍ୟକୁ ଅନୁବାଦ କରିରଏଟର୍ସଲେଖିଛି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ଅନେକ କିଛି କରାଯାଇଛି। ସେ ତାଙ୍କ ଦେଶର ଜାତୀୟବାଦୀ। ତାଙ୍କମେକ୍ଇନ୍ଇଣ୍ଡିଆଚିନ୍ତାଧାରା ଅର୍ଥଗତ ନୈତିକତା ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ। ଭାରତର ଭବିଷ୍ୟତ ଉଜ୍ଜ୍ବଳ। ଭାରତ ବିଶ୍ବର ବୃହତ୍ତମ ଗଣତନ୍ତ୍ର ହେବା ବଡ଼ ଗୌରବର କଥା। ଗୋଟାଏ ବ୍ରିଟିସ୍ଉପନିବେଶରୁ ଆଧୁନିକ ରାଷ୍ଟ୍ରରେ ପରିଣତ ହୋଇଥିବା ଭାରତ ବ୍ୟାପକ ପ୍ରଗତି କରିଛି। ପ୍ରାୟ . କୋଟି ଜନତା ସାମଗ୍ରିକ ବିକାଶ ଯୋଗୁଁ ଭାରତ ସମସ୍ତଙ୍କର ସମ୍ମାନ ପ୍ରଶଂସାର ପାତ୍ର ହୋଇପାରିଛି ବୋଲି ପୁଟିନ୍କହିଛନ୍ତି।

         ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନେକ ଦଶନ୍ଧି ଧରି ଭାରତ ରୁଷ୍ମଧ୍ୟରେ ଥିବା ସମ୍ପର୍କ ଖୁବ୍ଅସାଧାରଣ ଏବଂ ଦୁଇ ଦେଶର ସମ୍ପର୍କରେ କୌଣସି ସମସ୍ୟା ସୃଷ୍ଟି ହୋଇନାହିଁ। ସବୁ ବେଳେ ଉଭୟ ଉଭୟଙ୍କୁ ସାହାଯ୍ୟ କରିଛନ୍ତି କରୁଛନ୍ତି ମଧ୍ୟ। ଭବିଷ୍ୟତରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଭଲ ସମ୍ପର୍କ ରହିବବୋଲି ମୁଁ ନିଶ୍ଚିତ।

        ଭାରତୀୟ କୃଷି ନିମନ୍ତେ ଖୁବ୍ଗୁରୁତ୍ବପୂର୍ଣ୍ଣ ଥିବାରୁ ସାର ଯୋଗାଣ ବୃଦ୍ଧି କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କହିଥିବା କଥା ଉପରେ ବି ପୁଟିନ୍ଗୁରତ୍ବାରୋପ କରିଛନ୍ତି। ସେ କହିଛନ୍ତି, ଆମେ ସାର ଯୋଗାଣ ପରିମାଣ . ଗୁଣା ବୃଦ୍ଧି କରିଛୁ। କୃଷି କ୍ଷେତ୍ରରେ ବାଣିଜ୍ୟ ପ୍ରାୟ ୨ଗୁଣ ହୋଇଯାଇଛି।


 

Post a Comment

0 Comments