AD

ମହଙ୍ଗା ହେବ ଆଳୁ ଓ ଟମାଟ

ମୂଲ୍ୟବୃଦ୍ଧି ସାରା ଦେଶକୁ ତ୍ରସ୍ତ କରି ରଖିଛି। ରୋଷେଇ ଲାଗି ଆବଶ୍ୟକ ସବୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଦର ଆକାଶ ଛୁଉଁଛି। ପିଆଜ ଟମାଟର ଦର ଇତିମଧ୍ୟରେ ରେକର୍ଡ ସ୍ତରକୁ ପହଞ୍ଚିଛି। ଏଥିରେ ଏବେ ଯେଉଁ ଖବର ଆସୁଛି ଏହା ଚାଷୀଙ୍କ ସମେତ ସାଧାରଣ ଜନତାଙ୍କୁ ମଧ୍ୟ ସମସ୍ୟାରେ ପକାଇବ। କୁହାଯାଉଛି ଟମାଟର ଉତ୍ପାଦନ ପ୍ରତିଶତ ଆଳୁ ଉତ୍ପାଦନ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ଫଳରେ ବଜାରରେ  ଏହି ପରିବାର ମୂଲ୍ୟ ବୃଦ୍ଧି ଏବେ ସ୍ଥାୟୀ ହୋଇଯିବ ବୋଲି ଆଶଙ୍କା କରାଯାଉଛି।

ପନିପରିବାରେ ଆଳୁ, ଟମାଟର ପିଆଜକୁ ରୋଷେଇର ସବୁଠୁ ଜରୁରୀ ଆବଶ୍ୟକତା ମନେ କରାଯାଏ। ଏହି ପନିପରିବା ଦରରେ ସାମାନ୍ୟ ଅଦଳବଦଳ ମଧ୍ୟ ରୋଷେଇ ଘରର ବଜେଟ ବିଗାଡି ଦିଏ। ହେଲେ ଏବେ ଯେଉଁ ପ୍ରକାର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ଏଥିରେ ଏହି ସବୁ ସାମଗ୍ରୀ କିଣିବା ପାଇଁ ଜନତାଙ୍କ ପକେଟ୍ ଢିଲା କରିବାକୁ ପଡିବ ବୋଲି କୁହାଯାଉଛି।  କେନ୍ଦ୍ର କୃଷିମନ୍ତ୍ରାଳୟ ଚଳିତବର୍ଷ ଟମାଟର ଉତ୍ପାଦନ ପ୍ରତିଶତ ହ୍ରାସ ହେବ ବୋଲି ଆକଳନ କରିଛନ୍ତି।

ମନ୍ତ୍ରାଳୟଙ୍କ ହିସାବ ଅନୁସାରେ ସାରା ଦେଶରେ ଚଳିତବର୍ଷ ଦେଶରେ କୋଟି .୩ଲକ୍ଷ ଟନ ଟମାଟୋ ଉତ୍ପାଦନ ହୋଇପାରେ। ଗତବର୍ଷ ଏହି ଉତ୍ପାଦନ ପାଖାପାଖି କୋଟି ୧୧. ଲକ୍ଷ ଟନ ଥିଲା। ଟମାଟୋ ମୂଲ୍ୟ ବୃଦ୍ଧି ଯୋଗୁ ଲୋକେ ଭାରାକ୍ରାନ୍ତ ଥିବା ବେଳେ ପୁଣି ମୂଲ୍ୟବୃଦ୍ଧିର ସୂଚନା ଲୋକଙ୍କ ଲାଗି ନିଶ୍ଚିତ ଚିନ୍ତାର କାରଣ ହୋଇପାରେ। ଦୀପାବଳି ଉତ୍ସବ ପୂର୍ବରୁ ଟମାଟୋ ଦେଶରେ ମହଙ୍ଗା ହୋଇଥିଲା। କେଜି ପିଛା ଦର ୮୦ ଟଙ୍କାକୁ ପହଞ୍ଚିଥିଲା। ଆଗକୁ ଅମଳ ଋତୁ ଏଥିରେ ଯଦି ମୂଲ୍ୟ ବଢିକରି ରହିଲା ତାହା ଉପଭୋକ୍ତାଙ୍କ ଲାଗି ବାସ୍ତବିକ ଚିନ୍ତାର କାରଣ ହେବ।

ଅକ୍ଟୋବର ମାସ ଆରମ୍ଭରେ ହୋଇଥିବା ବର୍ଷା ଟମାଟୋ ଫସଲ ନଷ୍ଟ କରିଦେଇଥିଲା। ଏଣୁ ଯୋଗାଣ ପ୍ରଭାବିତ ହେବା ଯୋଗୁ  ବଜାରରେ ମୂଲ୍ୟ ବୃଦ୍ଧି ହୋଇଥିଲା। ଗଲା ଟମାଟୋ କଥା ଏବେ ମୁଖ୍ୟ ପରିବା ଆଳୁର ମଧ୍ୟ ଅମଳ ହ୍ରାସ ହେବ ବୋଲି କୃଷିମନ୍ତ୍ରାଳୟ ଆକଳନ କରିଛନ୍ତି। ଚଳିତବର୍ଷ କୋଟି ୩୩. ଲକ୍ଷ ଟନ ଆଳୁ ଉତ୍ପାଦନ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି। ତେବେ ଗତ ଅମଳ ଋତୁରେ ୫କୋଟି୬୧. ଲକ୍ଷଟନ  ଆଳୁ ଉତ୍ପାଦିତ ହୋଇଥିଲା। ତେବେ ଆଗାମୀ ଅମଳ ଋତୁରେ ପିଆଜର ଭଲ ଉତ୍ପାଦନ ହୋଇପାରେ ବୋଲି ଆକଳନ କରାଯାଉଛି। ଚଳିତବର୍ଷ ୩କୋଟି ୧୨. ଲକ୍ଷ ଟନ ପିଆଜ ଅମଳ ହୋଇପାରେ ବୋଲି ଆକଳନ କରାଯାଇଛି। ଯାହା ଗତବର୍ଷ କୋଟି ୬୬. ଲକ୍ଷ ଟନଥିଲା। ତେବେ ଅନ୍ୟ ଋତୁକାଳୀନ ପନିପରିବା ଅମଳ ଭଲ ରହିବ ବୋଲି କୃଷି ମନ୍ତ୍ରାଳୟ ଆକଳନ କରିଛନ୍ତି। ଚଳିତବର୍ଷ ଅନ୍ୟ ସବୁଜ ପନିପରିବା ଉତ୍ପାଦନ ୨୦କୋଟି ୪୮.୪ଲକ୍ଷ ଟନ ରହିବ ବୋଲି ଅନୁମାନ କରାଯାଉଛି। ଯାହା ଗତବର୍ଷ ୨୦କୋଟି .୫ଲକ୍ଷ ଟନରେ ସୀମିତ ଥିଲା।  
 

Post a Comment

0 Comments