AD

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟଅଭିଯାନ ଶିବିର

ରାୟଗଡା ବ୍ଲକ ସଭା ଗୃହ ଠାରେ ,ପଞ୍ଚାୟତ ସମିତି ପକ୍ଷରୁ, ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଆୟୋଜନ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ   ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଟୁନୀ ହୁଇକା ଶିବିରକୁ ଉଦଘାଟନ କରିଥିଲେ । ସମାନୀୟ ଅତିଥି ଭାବେ ପଞ୍ଚାୟତସମିତି ଉପାଧ୍ୟକ୍ଷ  ହର ପ୍ରସାଦ ହୁପ୍ରୁକା, ଯୋଗଦେଇଥିବା ବେଳେ ଗୋଷ୍ଟି ଉନ୍ନୟନ ଅଧିକାରୀ ଲକ୍ଷ୍ମୀନାରାୟଣ ସାବତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର ଗୋମାଙ୍ଗୋ, ରାୟଗଡା ଭିନ୍ନ କ୍ଷମ ମହାସଙ୍ଗ ସଭାପତି ଶିଶିର ରାଉଳ   ସମ୍ପାଦକ ଅମରେନ୍ଦ୍ର ନାଥ ଉପସ୍ଥିତ ଥିଲେ ରାୟଗଡା ଜିଲ୍ଲା ସଦରଚିକିତ୍ସାଳୟ ରୁ ଆସିଥିବା ଡାକ୍ତର ରଞ୍ଜନ କୁମାର ସାହୁ ଅର୍ଥପେଡିକ ଡାକ୍ତର,ସଙ୍ଗମିତ୍ରା ମୁକୋବୋଧିର ବିଭାଗ, କର୍ଣ, ନାସା, ଗୋଳା ବିଭାଗ, ଅସ୍ତି ବିଭାଗ,ମେଘ୍ନନା ସାମନ୍ତରାୟ ଚକ୍ଷୁ ବିଭାଗ, ସଂନ୍ଧ୍ୟା ଦାସ  ସେହି ଭଳି ବ୍ଲକ ସାମାଜିକ ସୁରକ୍ଷା ଆଧିକାରି ରଞ୍ଜିତା ବେହେରା , ଗୋପାଳ ପଣ୍ଡା, ପୋସ୍କା କନିଷ୍ଠ ଯନ୍ତ୍ରୀ,p ଶ୍ରୀକାନ୍ତ ସମସ୍ତେ ଉପସ୍ଥିତ ରହି କାର୍ଯ୍ୟକ୍ଷମ କରାଯାଇଥିଲା ଉକ୍ତ ଶିବିର କୁ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ,ପଞ୍ଚାୟତ ନିର୍ବାହି ଅଧିକାରୀସହଯୋଗ କରିଥିବା ବେଳେ ଚିକିତ୍ସା ଲୟର କର୍ମଚାରୀ ମାନେ ଉପସ୍ଥିତ ରହି ବିଭିନ୍ନ ରୋଗୀ ମାନଙ୍କୁ ପରୀକ୍ଷା ନିରୀକ୍ଷାକରିଥିଲେ ।ଏହି ଶିବିରରେ ମୋଟ ୧୩୭ ଜଣ ରୁ ଅଧିକ  ରୋଗୀ ପଞ୍ଜିକରଣ କରିଥିଲେ ।ଉକ୍ତ ଶିବିର କୁ ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତା ବେହେରା ପରିଚାଳନା କରିଥିବାବେଳେ ଅଧିକ୍ଷଣ ଯନ୍ତ୍ରୀ ପରିଚାଳନା ରେ ସହଯୋଗ କରି ଥିଲେ


 

Post a Comment

0 Comments