AD

ଆଉ ଏକ ସିନେମାରେ ଉପାସନା

 

ନିକଟରେ  ମୁକ୍ତିଲାଭ କରିଥିବା ସିନେମାଚୁମକି ସେତ ପାଣିରେ ବୁଡ଼ିବ ନାହିଁ କି ନାୟିକା ଉପାସନା ମହାନ୍ତିଙ୍କର ଆଉ ଏକ ଓଡ଼ିଆ ଛବି ଏବେ ରିଲିଜ୍ ଅପେକ୍ଷାରେ ରହିଛି।ଦେବୀଚାନ୍ଦ ନା ତମେ ତାରାମାନିନୀଆଦି ଓଡ଼ିଆ ଟେଲି ଧାରାବାହିକର ନାୟିକା ଉପାସନା ମହାନ୍ତିଙ୍କ ଅଭିନୀତଚୁମକି ସେତ ପାଣିରେ ବୁଡ଼ିବ ନାହିଁ କିରେସେଲଫିସ ଦିଲଫେମ୍ ଶ୍ରେୟାନ୍ ନାୟକ ଭୂମିକାରେ ଭୂମିକାରେ ଅଭିନୟ କରିଥିଲେ। ଏହାର ପ୍ରଯୋଜକ ହେଲେ ଉପହାର ଏବଂ ଅନୀଶ ଭଦ୍ରା। ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଥିଲେ ଜଣାଶୁଣା ନୃତ୍ୟ ନିର୍ଦ୍ଦେଶକ ଗିରିଶ ମହାନ୍ତି। ଏହାର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ ଭରଦ୍ବାଜ ପଣ୍ଡା। ରବୀନ୍ଦ୍ର ବେହେରା ଏହାର ସିନେମାଟୋଗ୍ରାଫର। ବିଭୁତିଭୂଷଣଚୁମକି ସେତ ପାଣିରେ ବୁଡ଼ିବ ନାହିଁକି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହା ଅବଶ୍ୟ ଉପାସନାଙ୍କ ଅଭିନୀତ ପ୍ରଥମ ସିନେମା ନୁହେଁ, କାରଣ ପ୍ରାୟ ଆଠ ବର୍ଷ ତଳେସ୍ପନ୍ଦନନାଆଁରେ ଏକ ସିନେମାରେ ପ୍ରଥମେ ଟେଲି ଜଗତର ଜଣାଶୁଣା ନାୟିକା ଉପାସନା ମହାନ୍ତି ଅଭିନୟ କରିଥିଲେ, କିନ୍ତୁ ତାହା ଅଧାରେ ଅଟକି ରହିଗଲା।

ତେବେ ସେ ଯାହା ହେଉନା କାହିଁକି ଇତିମଧ୍ୟରେ ଉପାସନା ଆଉ ଏକ ଓଡ଼ିଆ ସିନେମାର ସୁଟିଂ ଶେଷ କରିଛନ୍ତି। ଏହି ଫିଲ୍ମର ଶୀର୍ଷକ ହେଲାପ୍ରେମ ମ୍ୟୁଜିଅମ୍ ଏଥିରେ ଉପାସନା ମହାନ୍ତିଙ୍କୁ ନାୟିକା ଭୂମିକାରେ ଦେଖିବାକୁ ପାଇବେ। ସଙ୍ଗୀତା ମୋସନ୍ ପିକଚର୍ସ ବ୍ୟାନରରେ ପ୍ରସ୍ତୁତ ଏହି ଓଡ଼ିଆ ଛବିର ପ୍ରଯୋଜିକା ହେଲେ ସଙ୍ଗୀତା ମହାନ୍ତି। ଏହାର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଭରଦ୍ବାଜ ପଣ୍ଡା। ଧ୍ରୁବାନନ୍ଦ ପଣ୍ଡା ଏହାର ସିନେମାଟୋଗ୍ରାଫର। ଏହାର ଗୀତିକାର ବିଜୟ ମଲ୍ଲ ଶରତ ନାୟକପ୍ରେମ ମ୍ୟୁଜିଅମ୍ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।


Post a Comment

0 Comments