AD

ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଂଜନ ଦାସ କ୍ରିପ୍ଟୋ କରେନ୍ସିରେ ନିବେଶ କରିଛନ୍ତି ଅର୍ଥ | Crypto Currency BTC Fraud News in Odisha

₹ 80,000,000 CRYPTO CURRENCY BITCOIN FRAUD NEWS IN ODISHA BHUBANESWAR ODIA NEWS


ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଂଜନ ଦାସକୁ  ଭିଜିଲାନ୍ସ ବିଭାଗ ଶନିବାର ଗିରଫ କରିଛି। ଇଞ୍ଜିନିୟର ନିହାର ରଂଜନ ଦାସ କ୍ରିପ୍ଟୋ କରେନ୍ସି ଲିଙ୍କ୍ରେ ଛନ୍ଦି ହୋଇଛନ୍ତି। ସେ କ୍ରିଫ୍ଟୋ କରେନ୍ସିରେ ଅର୍ଥ ନିବେଶ କରିଛନ୍ତି।ସୂଚନାଯୋଗ୍ୟ, ଭିଜିଲାନ୍ସ ବିଭାଗ ଶୁକ୍ରବାର ଭୋର ସକାଳୁ ଗ୍ରାମ୍ୟ ଜଳଯୋଗାଣ ପରିମଳ ବିଭାଗ(ଆର୍ଡବ୍ଲୁଏସ୍ଏସ୍‌) ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ୬ଟି ସ୍ଥାନ (ଖୋର୍ଦ୍ଧା, ଭୁବନେଶ୍ୱର, ସମ୍ବଲପୁର, ବରଗଡ଼)ରେ ଚଢ଼ଉକରି ତାଙ୍କ ନାମରେ ଥିବା କୋଟି କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରିଥିଲା। ରାଜଧାନୀରେ ରାଜଉଆସ ପରି ଘର। ସମ୍ବଲପୁର ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଏକାଧିକ ପ୍ଲଟ୍ ପୁଳାପୁଳା ସୁନାଗହଣା। ବିଦେଶ ବଜାରରେ ପୁଞ୍ଜିନିବେଶ। ଜଣେ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଏଭଳି ବାଟି ବାଟି ସଂପତ୍ତି ଦେଖି ଭିଜିଲାନ୍ସର ଆଖି ଖୋସି ହୋଇଯାଇଥିଲା।ତାଙ୍କ ଠିକଣାରୁ ଏପର୍ଯ୍ୟନ୍ତ ଜବତ ସମ୍ପତ୍ତିର ମୂଲ୍ୟ କୋଟିରୁ ଊର୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ସବୁଠୁ ବଡ଼ କଥା ହେଲା, ଶ୍ରୀ ଦାସ ଆଉ ଦିନ ପରେ ଚାକିରିରୁ ଅବସର ନେଇଥାଆନ୍ତେ।

ପୂର୍ବରୁ ଶ୍ରୀ ଦାସଙ୍କ ବିରୋଧରେ ଭିଜିଲାନ୍ସ କୋର୍ଟରେ ୩୦ରୁ ଅଧିକ ପିଟିସନ୍ଦାଖଲ ହୋଇଥିଲା। ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ସର୍ଚ୍ଚ ୱାରେଣ୍ଟ ଜାରି ପରେ ଅଚାନକ ଭିଜିଲାନ୍ସର ୬ଟି ଟିମ୍ଭୁବନେଶ୍ବର ଅଫିସ୍ସମେତ ଖୋର୍ଦ୍ଧା, ସମ୍ବଲପୁର, ବରଗଡ଼ ଆଦି ସ୍ଥାନରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଖାରବେଳ ନଗରର ଶ୍ରୀରାମ ମାନିସନ୍ ଫ୍ଲାଟ ନଂ -୨୦୧ର ଆବାସିକ ଘର ଠାବ କରାଯାଇଥିଲା, ଯାହାର ମୂଲ୍ୟ ପାଖାପାଖି କୋଟିଏ ଟଙ୍କା ହେବ। ସେହିପରି ସମ୍ବଲପୁରର ମୋଦୀପଡ଼ାଠାରେ ତିନିମହଲା ବିଶିଷ୍ଟ ପୈତୃକ ଘର (୬୦ଲକ୍ଷ) ୨କୋଟିରୁ ଊର୍ଧ୍ବ ଟଙ୍କାର ୮ଟି ପ୍ଲଟ। ଏହାବ୍ୟତୀତ ନଗଦ ଏକ ଲକ୍ଷ ହଜାର ଟଙ୍କା, ବହୁ ସୁନାଗହଣା, ଦୁଇଟି ଦାମୀ କାର୍‌, ବାଇକ୍‌, ୬୪ ଲକ୍ଷର ବ୍ୟାଙ୍କ ଜମା ଇନ୍ସ୍ୟୁରାନ୍ସ ବଣ୍ଡ୍ଆଦି ଜବତ ହୋଇଛି। ଏହାଛଡ଼ା ୩୮ଟି କ୍ରିପ୍ଟୋ କରେନ୍ସି କୋଡ୍ଜବତ ହୋଇଛି। ଏଥିରେ ଏବେ ସୁଦ୍ଧା କୋଟି ଟଙ୍କା ନିବେଶ କରାଯାଇଥିବା ଜଣାପଡ଼ିଛି।  ଭିଜିଲାନ୍ସର ଏହି ଚଢ଼ଉରେ ୫ଜଣ ଡିଏସ୍ପି, ୧୨ଇନ୍ସପେକ୍ଟର୍‌, ଜଣେ ସବ୍‌-ଇନ୍ସପେକ୍ଟର, ୧୧ଜଣ ଏସ୍ଆଇ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Post a Comment

0 Comments