AD

ସର୍ବହରା ହେଲେ ଅମ୍ବିକା ମହାନ୍ତ ଙ୍କ ଗରିବ ପରିବାର


ଘର ପୋଡିରେ ସର୍ଵହରା ହୋଇଗଲେ ପରିବାର ମୟୂଭଞ୍ଜ ଜିଲ୍ଲା ସାରସକଣା ବ୍ଳକ୍ ଅନ୍ତର୍ଗତ ଶିର୍ଷା ଗ୍ରାମପଞ୍ଚାୟତରେ  ଘଟିଛି ଏପରି ଏକ ଘଟଣା ଗଣ୍ଡିପାଣି ଗ୍ରାମରେ ବସବାସ କରୁଥିବା ଶ୍ରୀ ମତୀ ଅମ୍ବିକା ମହାନ୍ତ ସ୍ବାମୀ ଶମ୍ଭୁନାଥ ମହାନ୍ତ ତାଙ୍କ ଦୁଇ ପୁଅ ଗୋଟି  ଝଅ କୁ ନେଇ ବସବାସ କରୁଥିଲେ , ହେଲେ ଗତ କାଲି  ରାତ୍ରୀ ରେ ଘରେ ନିଅ ଲାଗିଯିବାରୁ ସର୍ବହରା ହୋଇଗଲେ ପରିବାର

ସୁଚନା ଅନୁସାରେ ଗତକାଲି ୨୮ତାରିଖ ଶୁକ୍ରବାର ରାତ୍ର ପ୍ରାୟ ୧୦:୩୦ ରୁ ୧୧ଘଟିକା ମଧ୍ୟରେ ପରିବାର ଲୋକେ ଶୋଇଥିବା ସମୟରେ ଘର ଛାତ ଉପରେ ଥିବା ରାସ୍ତା ଦେଇ ଧୁଆଁ ଘର ଭିତରକୁ ଆସିବା ଦେଖି ପରିବାରର ସମସ୍ତ ଲୋକେ ବାହାରକୁ ଦୌଡ଼ି ଆସି ଦେଖନ୍ତି ତାଙ୍କ ପଛପଟ ଛପର ଉପରେ ନିଆଁ ଲାଗି ଖୁବ୍ ଜୋର୍ ହୁତ ହୁତ ହୋଇ ଜଳୁଅଛି , ଏହା ଦେଖି ସେହି ଗ୍ରାମ ପରମାନନ୍ଦ ମହାନ୍ତ ଅଗ୍ନିଶମ ବିଭାଗ କୁ ଫୋନ ମଧ୍ୟମରେ ଜଣାଇଥିଲେ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଆସି ନିଆଁ କୁ ଆୟତ୍ତ କରିଥଲେ, ସେତେ ବେଳକୁ ଘର ଟି ସଂପୂର୍ଣ୍ଣ ରୂପେ ଜଳିଯିବା ସହିତ ଘର ଭିତରେ ଥିବା ସମସ୍ତ ଆସବାପତ୍ର ପୋଡ଼ି ପାଉଁଶ ହୋଇ ଯାଇଥିଲା।

ତେବେ ୨୯ ତାରିଖ ଶନିବାର ସକାଳ ୧୦ ଘଟିକା ସମୟରେ ସାରସକଣା ତହସିଲ ଅନ୍ତର୍ଗତ ଶୀର୍ଷା ଆର୍ . ଆଇ . ଶ୍ରୀ ଦେବାଶିଷ ବେହେରା ଘରପୋଡି ଘଟଣା ସ୍ଥଳକୁ ଆସି ଘଟଣା ବିଷୟ ରେ ବୁଝାସୁଝା କରି ପାରିବାର ଲୋକେ କିପରି ସାହାଯ୍ୟ ପାଇ ପାରିବେ ସେଥିପ୍ରତି ଦୃଷ୍ଟି ଆକର୍ଷଣ କରି କିଛି କାଗଜ ପତ୍ର ଗ୍ରହଣ କରିଥିଲେ। ତେବେ ଦେଖିବାକୁ ବାକି ରହିଲା ଶ୍ରୀ ମତୀ ଅମ୍ବିକା ମହାନ୍ତ ଙ୍କ ପାରିବାର କୁ କେତେ ମାତ୍ରା ରେ କୋଉ ଉପାୟରେ ସରକାରଙ୍କ ତରଫରୁ ସାହାଯ୍ୟ ମିଳୁଛି।

Post a Comment

0 Comments