AD

କେଶଦୁରାପାଳ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା

ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା  ଆରମ୍ଭ ହୋଇଛି। ଏହି ଅବସରରେ ଘଷିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେଶଦୁରାପାଳ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ସ୍ଥାନୀୟ  ସରପଞ୍ଚ ମାନସୀ ମହାରଣାଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା।ଏହି ପଦଯାତ୍ରା କେଶଦୁରାପାଳ ଠାରୁ ଆରମ୍ଭ ହୋଇ ଦରଡିପାଳ ପଞ୍ଚାୟତର ବାଲିପାଳ ଠାରେ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର , ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଦେବାଶିଷ ପାତ୍ର ,ଯୁବ ନେତା ପଶୁରାମ ମହରଣା ଏବଂ ଦଳୀୟ ନେତାମାନେ ବିଜେଡି ଶାସନରେ ନିଆଯାଇଥିବା ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ପଦଯାତ୍ରାମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।ପଦଯାତ୍ରା ସମୟରେ ଗ୍ରାମାଞ୍ଚଳରେ ପ୍ରତି ଘରେ ବିଜେଡି ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇ ଥିଲେ। ଏଥିରେ  ପଞ୍ଚାୟତ ଗୁଡ଼ିକର ଦଳୀୟ ନେତା ହଜାର ହଜାର ମହିଳା କର୍ମୀ  ମାନେ  ସାମିଲ ହୋଇଥିଲେ

 

Post a Comment

0 Comments