AD

ବାତୋ ପଂଚାୟତ ରେ ବିଜେଡିର ଜନସମ୍ପର୍କ ପାଦ ଯାତ୍ରା

 

ବିଜେଡି ନବୀନ ପଟ୍ଟନାୟକଙ୍କ ପଦଯାତ୍ରା 

ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା  ଆରମ୍ଭ ହୋଇଆସୁଛି ଏହି ଅବସରରେ ଘଷିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାତୋ ପଞ୍ଚାୟତ ର ଉଲ୍ଲଳ ଗ୍ରାମରୁ ଆରମ୍ଭ ହୋଇ ଅତା,ମଧୁକେଶରୀ,ଲୁଣିଆପାଟଣା,ଅଞ୍ଜିରା,ତମ୍ପୋ,ବାତୋ,କରଡାପାଳ,ଗୋଡି ଓପର, ପରମାନନ୍ଦପୁର,  ଗ୍ରାମରେ ଜନସମ୍ପର୍କ ପଦଯାତ୍ରା ବାତୋ ପଞ୍ଚାୟତ ର ସମିତି ସଭ୍ୟ ତରଣୀସେନ ବରାଳଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ସାଧାରଣ ସମ୍ପାଦକ ଦେବାଶିଷ ପାତ୍ର,  ବାତୋ ପଞ୍ଚାୟତ ର  ସରପଞ୍ଚ ଝରଣା ଜେନା,  ଜିଲ୍ଲା ପରିଷଦ ସଭ୍ୟ  ସଂଜୟ କୁମାର ମଲ୍ଲିକ, ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବିଶ୍ଵରଞ୍ଜନ ବେହେରା ,ବିଜୁ ଛାତ୍ର ଜନତା ଦଳ ର ଉପସଭାପତି ସୁନିଲ କୁମାର ଭୋଇ,ବାତୋ ପଞ୍ଚାୟତ ର ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ପାଗଳ  ପ୍ରମୁଖ ଯୋଗ ଦେଇଥିଲେ। ଦଳୀୟ ନେତାମାନେ ବିଜେଡି ଶାସନରେ ନିଆଯାଇଥିବା ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ପଦଯାତ୍ରା‌ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।ପଦଯାତ୍ରା ସମୟରେ ଗ୍ରାମାଞ୍ଚଳରେ ପ୍ରତି ଘରେ ବିଜେଡି ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ସମସ୍ତ ଦଳୀୟ କର୍ମକର୍ତ୍ତା ତଥା କର୍ମୀମାନେ ଉପସ୍ଥିତ ରହି ପଞ୍ଚାୟତବାସୀଙ୍କ ସେବାରେ ନିଜକୁ ପୁନଃଉତ୍ସର୍ଗ କରିବା ସହିତ ଗ୍ରାମର ଉନ୍ନତି ଓ  କଲ୍ୟାଣ ନିମନ୍ତେ ନିରନ୍ତର ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ପାଇଁ ‘ସମୂହ ଶପଥପାଠ’ କରାଯାଇଥିଲା ଏଥିରେ  ପଞ୍ଚାୟତଗୁଡ଼ିକର  ବହୁଦଳୀୟ ନେତା,  ମହିଳାକର୍ମୀ ସାମିଲ ହୋଇଥି‌ଲେ

Post a Comment

0 Comments