AD

ଅଷ୍ଟ୍ରେଲିଆରେ ବିରାଟଙ୍କ ଆଶ୍ଚର୍ଯ୍ୟକର ରେକର୍ଡ

ସିଡନୀରେ ଖେଳାଯାଉଥିବା ବିଶ୍ୱକପରେ ଭାରତର ବିଜୟ ଅଭିଯାନ ଜାରି ରହିଛି। ଦଳ ଦୁଇଟି ମ୍ୟାଚ୍ଖେଳି ବିଜୟୀ ହୋଇଛି। ଆଉ ଦୁଇଟି ଯାକ ମ୍ୟାଚରେ ବିରାଟ ଜବରଦସ୍ତ ରନ କରିବା ସହ ନଟ୍ଆଉଟ ରହିଛନ୍ତି। ଅକ୍ଟୋବର ୨୩ ତାରିଖରେ ମେଲବର୍ଣ୍ଣରେ ପାକିସ୍ତାନ ବିପକ୍ଷରେ ବିରାଟ ୮୨ ରନ୍ କରି ନଟ୍ ଆଉଟ ରହିଥିଲେ। ଆଉ ଅକ୍ଟୋବର ୨୭ରେ ନେଦରଲ୍ୟାଣ୍ଡ ବିପକ୍ଷରେ ୬୨ ରନ୍ କରି ବି ସେ ନଟଆଉଟ ଥିଲେ।ଚଳିତ ଥର ଭାରତକୁ ସୁପର-୧୨ରେ ଗ୍ରୁପ ୨ରେ ରଖାଯାଇଛି। ଏହି ଗ୍ରୁପରେ ଟିମ୍ ଇଣ୍ଡିଆ ଆଉ ୩ଟି ମ୍ୟାଚ୍ ଖେଳିବ। ଯଦି ଭାରତ ନିଜ ଗ୍ରୁପର ନମ୍ବର ରେ ରହିବ ତେବେ ଗ୍ରୁପ ୱିନର ସହିତ ସିଡନୀରେ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳିବ। କିନ୍ତୁ ଯଦି ନିଜ ଟିମ୍ ଇଣ୍ଡିଆ ନିଜ ଗ୍ରୁପର ୱିନର ହେବ ତେବେ ତାକୁ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଗ୍ରୁପ-୧ର ନମ୍ବର ଦଳ ସହିତ ଖେଳିବାକୁ ପଡ଼ିବ। ଏହି ମ୍ୟାଚ୍ ଏଡିଲେଡ୍ କ୍ରିକେଟ ଗ୍ରାଉଣ୍ଡରେ ନଭେମ୍ବର ୧୦ ତାରିଖରେ ଖେଳାଯିବ। ପ୍ରଥମ ସେମିଫାଇନାଲ ନଭେମ୍ବର ୯ରେ ଖେଳାଯିବ।


 

Post a Comment

0 Comments