AD

ଶାନ୍ତିସ୍ତୂପରେ ଗଛ କଟାକୁ ବିରୋଧ: ଗ୍ରିନ୍ ଟ୍ରିବ୍ୟୁନାଲ୍ ଯିବାକୁ ଧମକ

ଧଉଳି ଶାନ୍ତିସ୍ତୂପ ୫୦ବର୍ଷରେ ଅବତୀର୍ଣ୍ଣ ହେଉଛି। ଏହି ଅବସରରେ ଧଉଳି ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟୀକରଣ ନାମରେ ଏହାର ଚତୁଃପାର୍ଶ୍ବରେ ଥିବା ଶହ ଶହ ଗଛକୁ କାଟି ଦିଆଯାଉଛି। ଯାହାକି ଏଠାକାର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛି। ଏହାସହ ପର୍ଯ୍ୟଟକମାନଙ୍କୁ ଛାଇ ଦେବାରେ ମଧ୍ୟ ଏହା ସହାୟକ ହେଉନାହିଁ। ତେଣୁ ରାଜ୍ୟ ସରକାର ସୌନ୍ଦର୍ଯ୍ୟ ବୃଦ୍ଧି ନାମରେ ବର୍ଷ ବର୍ଷର ପୁରୁଣା ଗଛଗୁଡ଼ିକୁ କାଟି ଦେବା ଦ୍ବାରା ଏହାର ସୌନ୍ଦର୍ଯ୍ୟ ବୃଦ୍ଧି ବଦଳରେ, ଏହା ଏକ ଶ୍ମଶାନରେ ପରିଣତ ହେବା ଭଳି ପ୍ରତୀୟମାନ ହେଉଛି। ତେଣୁ ବୃକ୍ଷରୋପଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ ପକ୍ଷରୁ ଏହାର ତୀବ୍ର ବିରୋଧ କରାଯାଇଛି। ଏହାସହ ରାଜ୍ୟ ସରକାର ସୁପ୍ରିମକୋର୍ଟର ନିଷ୍ପତ୍ତି ଅନୁସାରେ ଗୋଟିଏ ଗଛ କାଟିଲେ ୧୦ଟି ଗଛ ଲଗାଇବା ପାଇଁ ନିର୍ଦ୍ଦେଶ ଥିବାବେଳେ ସରକାର ଏହାକୁ ସଠିକ ଭାବେ କାର୍ଯ୍ୟ କରୁନଥିବା ପରିଲିକ୍ଷିତ ହେଉଛି। ତେଣୁ ଆଗାମୀ ଦିନରେ ପ୍ରେରଣା ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯିବା ସହ ନ୍ୟାସନାଲ ଗ୍ରିନ ଟ୍ରିବ୍ୟୁନାଲ୍‌ (ଏନଜିଟି)ଙ୍କ ଆଶ୍ରୟ ନିଆଯିବବୋଲି ପ୍ରେରଣା ଗ୍ରିନ୍ଆର୍ମିର କମାଣ୍ଡାଣ୍ଟ ଇନ୍ଚିଫ ତଥା ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି।


 

Post a Comment

0 Comments