AD

ବାଘ ମୃତ୍ୟୁ ଘଟଣାର ତଦନ୍ତ କରିବ ଏସଟିଏଫ୍

 

         

  

ଗତକାଲି ଅନୁଗୁଳ ଜିଲ୍ଳା ସାତକୋଶିଆ ଅଭୟାରଣ୍ୟ ପମ୍ପାସ ବନାଞ୍ଚଳ କୁଲାଙ୍ଗୀର ଗାଁ ନିକଟରୁ ଦୁଇଟି କଲରାପତରିଆ ବାଘଙ୍କ ମୃତଦେହ ଜବତ ହେବା ପରେ ଏବେ ଚିନ୍ତାରେ ସ୍ପେସାଲ ଟାସ୍କ ଫୋର୍ସ ବାରମ୍ବାର ସାତକୋଶିଆ ଜଙ୍ଗଲରୁ ହାତୀ  ବାଘଙ୍କ ଶିକାର ହେବା ଘଟଣାକୁ ଗୁରୁତ୍ବର ସହିତ ନେଇଛି ଏସଟିଏଫ୍ଏହି ଶିକାରର ତଦନ୍ତ କରିବାକୁ ଖୋଦ ଏସଟିଏଫ୍ ଏକ ଟିମ୍ ପଠାଇବ ବୋଲି ଜଣାପଡ଼ିଛି ଜୁନ୍ ମାସ ୨୦ ତାରିଖରେ ସାତକୋଶିଆ ଅଭୟ୍ୟାରଣ୍ୟ ଗୋପାଳପୁର ନିକଟରୁ ଏକ  ବର୍ଷୀୟ ଅଣ୍ଡିରା ବାଘର ଶିକାର ହୋଇଥିଲା  ସେହିପରି  ମାସ ପୂର୍ବରୁ ଏକ ଦନ୍ତାହାତୀ ବିଦ୍ୟୁତ ତାର ସଂସ୍ପର୍ଶ ଆସିବାରୁ ମୃତ୍ୟୁ ହୋଇଥିଲାଏହି ସବୁ ଘଟଣାରେ ଉଭୟ ବନ ବିଭାଗ  ଏସଟିଏଫ୍ ହାତ ଖାଲିକେଉଁଥି ପାଇଁ ସାତକୋଶିଆ ଅଭୟ୍ୟାରଣ୍ୟ ଭିତରେ ଏଭଳି ଅବାଧ ଶିକାର ବଢ଼ି ଚାଲିଛି ତାର ଏବେ ତଦନ୍ତ ସିଧାସଳଖ ଏସଟିଏଫ୍ କରିବ ବୋଲି ସୂଚନା ମିଳିଛି  ସ୍ପେସାଲ ଟାସ୍କ ଫୋର୍ସ ଠାରୁ ଯାହା ସୂଚନା ମିଳିଛିଉଭୟ ବନ ବିଭାଗ  ଏଟିଏଫ୍ ଜାଣିବାକୁ ପାଇଛନ୍ତି କି କେବଳ ଅନୁଗୁଳ କାହିଁକି ରାଜ୍ୟର ଫୁଲବାଣୀନୟାଗଡ଼ସୁନ୍ଦରଗଡ଼ସମ୍ବଲପୁରବରଗଡ଼ମାଲାକାନାଗିରିଗଜପତି ଭଳି ୧୭ଟି ଜିଲ୍ଲାରେ ଲଗାତାର ଭାବେ କଲରପତରିଆ ବାଘ ଶିକାର କରାଯାଉଛି  ଗତ ଦୁଇ ବର୍ଷ ମଧ୍ୟରେ ସାରା ରାଜ୍ୟରେ ୪୫ଟି କଲରାପତରିଆ ବାଘ ଛାଲ ଜବତ କରିଛି ବନ ବନ ବିଭାଗ  ଏସଟିଏଫ୍। ସେଥି ମଧ୍ୟରୁ ଏସଟିଏଫ୍ କେବଳ ୩୩ଟି ଜବତ କରିଛି  ଆଉ ଏନେଇ ୫୦ ଜଣ ଶିକାରୀଙ୍କୁ ଏସଟିଏଫ ଗିରଫ ମଧ୍ୟ କରିଛି  ରାଜ୍ୟ ବାହାରେ ବାଘ ଛାଲନଖନିଶ ଆଦି ଚାହିଦା ଥିବାରୁ ଶିକାରୀମାନେ ଏଭଳି ଅପରାଧରେ ଲିପ୍ତ ରହୁଛନ୍ତି ବୋଲି କହିଛନ୍ତି ଏସଟିଏଫ୍ ଜଣେ ବରିଷ୍ଠ ଅଧିକାରୀ।

          ମିଳିଥିବା ସୂଚନା ମୁତାବକ, ସାରା ରାଜ୍ୟରେ ଏବେ ୮ଶହ କଲରାପତରିଆ ବାଘ ଅଛନ୍ତି। କିନ୍ତୁ ଶିକାର କାରଣରୁ ଏମାନଙ୍କ ବଂଶ ଏବେ ପ୍ରାୟ ପ୍ରତିଶତ ହ୍ରାସ ପାଇଛି। ବଡ଼ କଥା ହେଉଛି ବାଘ ଶିକାରରେ ବନ ବିଭାଗଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ବ୍ୟକ୍ତି ବିଶେଷଙ୍କ ସଂପୃକ୍ତି ରହିଛି। ମୟୁରଭଞ୍ଜ ଜିଲ୍ଲା କରଂଜିଆରେ ବାଘ ଛାଲ କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଥିଲା। ନୟାଗଡ଼ ଜିଲ୍ଲାରେ ମଧ୍ୟ ବାଘ ଛାଲ କାରବାରରେଜଣେ ବେପାରି ଗିରଫ ହୋଇଥିଲା। ଏହି ଦୁଇଟି ଘଟଣାରେ କିଛି ରାଜନେତା ସଂପୃକ୍ତ ଥିବା ଏସଟିଏଫ୍ ସୂଚନା ମଧ୍ୟ ପାଇଥିଲା। ସେହିପରି ବ୍ରହ୍ମପୁର ସାମନ୍ତୀପାଲ୍ଲୀରେ ଦୁଇ ଜଣ ବାଘ ଛାଲ ବେପାରି ଗିରଫ ହୋଇଥିଲେ। ଯେଉଁଥିରେ ଦୁଇ ଜଣ ବନ କର୍ମଚାରୀ ସଂପୃକ୍ତ ଥିବା ଜଣାପଡ଼ିଥିଲେ ମଧ୍ୟ ଏସଟିଏଫ୍ ନିକଟରେ ପ୍ରମାଣ ଥିବାରୁ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା।

Post a Comment

0 Comments