AD

ସରକାରୀ ପ୍ରାଥମିକ ବିଦ୍ୟାଳୟ ବଣ୍ଡେଇପାଳି ଠାରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ..

ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ୍ୟ ବରଗଡ ଜିଲ୍ଲା ସୋହେଲା ବ୍ଲକ ବିର୍ଜାମ ପଂଚାୟତ ଅନ୍ତର୍ଗତ ବଣ୍ଡେଇପାଳି ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ବାର ଗୋଟି ବିଦ୍ୟାଳୟ ରୁ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ! ବାର ଗୋଟି ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସୁରଭି କାର୍ଯ୍ୟକ୍ରମ ସାଙ୍ଗ କୁ ନାଚ, ଗୀତ, ଖେଳ, କୁଦ, ଆଦି ବିଭିନ୍ନ କମପୀଡିସନ ହୋଇଥିଲା ! କମ ପୀଡିସନ ରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାର ପ୍ରାଇଜ ଦିଆ ଯାଇଥିଲା ! ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥିଭାବେ ବିର୍ଜାମ ପଂଚାୟତ ସରପଞ୍ଚ. ଏବଂ ସମ୍ମାନିତ ଅତିଥିଭାବେ ଶନିମାଲ ପଂଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଶୀଲ ବେହେରା, ଯୋଗ ଦେଇଥିଲେ  ! ଏହି କାର୍ଯ୍ୟକ୍ରମ ରେ ଲୁଚି ରହିଥିବା କୁନି ପ୍ରତିଭା କୁ କୋଣ ଅନୁକୋଣ ରୁ ଚି଼ହ୍ନଟ କରି କେମିତି ନିଜ ବିଦ୍ୟାଳୟ ପାଇଁ ହେଉ କୀ, ନିଜ ବ୍ଲକ ପାଇଁ ହେଉ କୀ ନିଜ ଜିଲ୍ଲା ପାଇଁ ହେଉକି ନିଜ ରାଜ୍ୟ ପାଇଁ ହେଉ କୀ ନିଜ ଦେଶ ପାଇଁ  ହେଉ କେମିତି ଗୌରବ୍ ଅର୍ଜନ କରିବେ ସେଥିପାଇଁ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ! ଶେଷରେ ବଣ୍ଡେଇପାଳି ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ଟିକୁ ସମାପନ କରିଥିଲେ !!

Post a Comment

0 Comments