AD

ମନ୍ତ୍ରୀ ରିତା ସାହୁଙ୍କର ଗାଡି ଉପରକୁ କଳାପତକା ଦେଖେଇଲେ ବିଜେପି କର୍ମୀ

ରିତା ସାହୁଙ୍କୁ କଳାପତାକା ଦେଖାଇବା ଘଟଣା 

ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ତହସିଲ ଛକ ନିକଟରେ ଆଜି ରାଜ୍ୟ ସରକାର ଙ୍କର ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଙ୍କର ଗାଡି ଉପରକୁ ଭାରତୀୟ ଜନତା ପାର୍ଟି ର କାର୍ଯକର୍ତା ମାନଙ୍କ ଦ୍ୱାରା କଳାପତାକା ଦେଖାଇ  ଥିଲେ । ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳେ ମନ୍ତ୍ରୀ ଶ୍ରୀମତୀ ସାହୁ ପାଇକମାଲ ଯମୁନା କନ୍ଧୁଣି ସ୍କୁଲ ରେ ସ୍କୁଲ ରୂପନ୍ତରିକରଣ କାର୍ଯ୍ୟକ୍ରମ ର ଭିତ୍ତିପ୍ରସ୍ତର ସ୍ଥାପନ କରି , ପାଇକମାଲ ତହସିଲ ଅଫିସ ନିକଟସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ହେବାକୁ ଥିବା ରୂପନ୍ତରିକରଣ କାର୍ଯ୍ୟ ର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଆସୁଥିବା ସମୟରେ , ପୂର୍ବରୁ ତହସିଲ ଛକ ନିକଟରେ ଛକି ବସିଥିବା  ଭାରତୀୟ ଜନତା ପାର୍ଟି ର କିଛି କାର୍ଯକର୍ତା ମାନେ ରାସ୍ତା ଉପରକୁ ଆସି ବିଭିନ୍ନ ସ୍ଲୋଗାନ ମାନ ଦେଇ ମନ୍ତ୍ରୀ ଙ୍କର ଗାଡି ଉପରକୁ କଳା ପତାକା ଫୋପାଡିବା ସହିତ ଅଣ୍ଡା ମାଡ଼ କରିବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ପାଇକମାଲ ପୋଲିସ ଘଟଣା ସ୍ଥଳକୁ ପହଂଛି ବିଜେପି କର୍ମୀ ମାନଙ୍କ ମଧ୍ୟରୁ କେତେ ଜଣଙ୍କୁ କାବୁ କରି ନେଇଯାଇଥିବା ବେଳେ ଅନ୍ୟ କିଛି ପୋଲିସ ଦେଖି ଦୌଡ଼ି ପଳେଇ ଯାଇଥିଲେ । ତେବେ ମନ୍ତ୍ରୀ ଙ୍କର ଗାଡି ଉପରକୁ ହୋଇଥିବା ଅଣ୍ଡା ମାଡ଼ ଏକ ରାଜନୈତିକ ଘଟଣା କୁ ଲୋକଙ୍କ ମିଶ୍ର ପ୍ରତିକ୍ରିୟା ରହିଛି !!

Post a Comment

0 Comments